ଭୋଟ ବେଳେ ଚାଷୀ ଓ ବୁଣାକାରମାନଙ୍କ କଥା ଜେନ୍ଦ୍ରିୟ ନେତାଙ୍କୁ ମନେପପଡେ : ନବୀନ 

0

       ମୁଖ୍ୟମନ୍ତ୍ରୀଙ୍କର ପଦ୍ମପୁର ଓ ଅତାବିରା ଗସ୍ତ 

ବିଜେଡି ସରକାର ଗଠନ ହେବାର ପ୍ରଥମ ଦିନରେ ହି କାଳିଆ ଯୋଜନା ର 2 ଟି କିସ୍ତି ର 10ହଜାର ତୁରନ୍ତ ଚାଷୀଙ୍କୁ ଦିଆଯିବ  

ବରଗଡ :- ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଅଶାନ୍ତ ଦ୍ଵିତୀୟ ପର୍ଯାୟରେ ହେବାକୁ ଥିବା ନିର୍ବାଚନ ରେ ଦଳୀୟ ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ପ୍ରାର୍ଥୀ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କର ପାଇଁ ପ୍ରଚାରରେ ଆସି ଅତାବିରା ଓ ପଦ୍ମପୁର ଠାରେ ଜନସଭାକୁ ସମ୍ବୋଧନ କରିଥିଲେ । ମୁଖ୍ୟମନ୍ତ୍ରୀ ପଦ୍ମପୁର ବିମାନ ପତ୍ତନ ଠାରେ ପ୍ରାୟ ସାଢ଼େ ଦଶଟା ସମୟରେ ଅବତରଣ କରିବା ପରେ ସେଠାରୁ ହେଲିକପ୍ଟର ଯୋଗେ ସିଧା ଅତାବିରା ଯାଇଥିଲେ। ଜନସଭାକୁ ସମ୍ବୋଧନ କରିବା ପରେ ପଦ୍ମପୁର ଫେରି ଆସି ଏକ ଜନସଭାକୁ ସମ୍ବୋଧନ କରିଥିଲେ ।

 http://www.youtube.com/watch?v=j3c-Rllj8lE

ମୁଖ୍ୟମନ୍ତ୍ରୀଙ୍କୁ ଶୁଣିବା ପାଇଁ ହେଳିପେଡ ରେ ଅପେକ୍ଷା କରିଥିବା ହଜାର ହଜାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଜୁହାର କରି ଏତେ ଖରାରେ ଆସିଥିବାରୁ ଧନ୍ୟବାଦ ଦେବାପରେ “ମୁଁ ବଞ୍ଚିଥିବା ପର୍ଯନ୍ତ କେହି ବି  କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ ବୋଲି କହିଥିଲେ।କେନ୍ଦ୍ର ସରକାର ଚକ୍ରାନ୍ତ କରି କାଳିଆକୁ ଅଟକାଇ ଦେଇଛନ୍ତି ।ଆଗାମୀ ଦିନରେ ଚାଷୀମାନେ ଓ ଓଡିଶାବାସୀ  ଏହାର ଜବାବ ନିଶ୍ଚୟ ଦେବେ । ବିଜୁ ଜନତା ଦଳର ସରକାର ଗଠନ ହେବାର ପ୍ରଥମ ଦିନରେ ହି କାଳିଆ ଯୋଜନା ର 2 ଟି କିସ୍ତି ର 10ହଜାର ତୁରନ୍ତ ଚାଷୀ ମାନଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପ୍ରତି ଲୋକଙ୍କୁ ଜଣାଇବା ସହିତ ବିଭିନ୍ନ ପ୍ରାକୃତିକ ବିପର୍ଯୟ ସମୟରେ ବର୍ତମାନ ଓଡ଼ିଶାରେ ଭାଷଣ ବାଜି କରୁଥିବା କେନ୍ଦ୍ରୀୟ ନେତା ମାନେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶାର 2 ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ଚାଷୀ ମାନଙ୍କୁ ଏମଏସପି  ପ୍ରଦାନ କରିବା ପାଇଁ ମୁହଁ ଖୋଲି ନାହାନ୍ତି ବୋଲୁ କହିଥିଲେ । କେବଳ ନିର୍ବାଚନ ସମୟରେ ଚାଷୀ ଓ ଅଂଚଳର ବୁଣାକାର ମାନଙ୍କର କଥା ଜେନ୍ଦ୍ରିୟ ନେତା ମାନଙ୍କୁ ମନେପଡ଼ିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଆଗାମୀ ଦିନରେ ରାଜ୍ୟର ଉନ୍ନତି ଓ ବିକାଶ କୁ ଆହୁରୀ ଗତିଶୀଳ କରିବାପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ପଦ୍ମପୁର ଠାରେ ଅନୁଷ୍ଠିତ ଏହି ସଭାରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବିଜୁ ଜନତା ଦଳର ଜିଲ୍ଲା ସଭାପତି ଓ ପଦ୍ମପୁର ରୁ ବିଜେଡି ପ୍ରାର୍ଥୀ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ଶ୍ରୀ ସୁବାଷ ଚୌହାନ ଓ ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ମଧ୍ୟ ଜନତାକୁ ସମ୍ବୋଧନ କରିଥିଲେ ।

 

Leave A Reply

Your email address will not be published.