ମାଁ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

 ଧର୍ମଗଡ଼ରୁ ସୁଶାନ୍ତ ରାଉତ:: ମୂଷାପାଲି ଠାରେ ଆୟୋଜିତ ହୋଇଥିବା ମାଁ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଳକ୍ ଅଧ୍ୟକ୍ଷ ବଳରାମ ପୁଝାରୀ ଉପସ୍ଥିତ ରହି ଉଭୟ ଫାଇନାଲ ଦଳକୁ ଉତ୍ସାହିତ  କରି ବିଜୟୀ ଦଳକୁ ପୁରସ୍କାର ବିତରଣ କରିଥିଲେ। ଫାଇନାଲ ମ୍ୟାଚ ପର୍ଲାଓଡହଗାଁ ଦଲ ମଧ୍ୟରେ ହୋଇଥିଲା। ଡହଗାଁ ଦଲ ପ୍ରଥମେ ବ୍ୟାଟିଙ୍ଗ କରି ୯୮ରନ୍ ସଂଗ୍ରହ କରିଥିଲେ ଜବାବରେ ପର୍ଲା ଦଲ ୬ ୱ୍ଇକେଟ ହରାଇ ନିର୍ଦ୍ଧାରିତ ପୂରଣ କରି ବିଜୟୀ ହୋଇଥିଲା।ଏହି ଖେଲ ପରିଚାଳନାରେ ସୁରେନ୍ଦ୍ର ବାଗ ଓ ମୁକ୍ତେଶ୍ବର ମାଝୀ, ସ୍କୋରବୋର୍ଡ ବାଞ୍ଛା ଛତ୍ରିଆ,ଧାରା ବିବରଣୀ ମୋହିତ ରାଉତ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଷାପାଲି ସରପଞ୍ଚ ରଶ୍ମିରେଖା ରାଉତ, ଥାନାଧିକାରୀ ସିଂ ସାର, ଚନ୍ଦ୍ରଶେଖର ନାଏକ, ଅଗସ୍ତି ପୁଝାରି, ତରୁଣ ବାଗ, ମାଧବ ଚନ୍ଦନ, ଚିତ୍ର ମଶ୍ରା, ଅନୁଷ୍ଠାନର ସଭାପତି ଜଗବନ୍ଧୁ ରାଉତ,ସଂପାଦକ ଛବିଲ କୁମାର ରାଉତ, କୋଷାଧ୍ୟକ୍ଷ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.