ବଡ଼ବିଲରେ ନୀଳାଚଳ ସାଂସ୍କୃତିକ ପରିଷଦ ତରଫରୁ ଓଡ଼ିଆ ନବବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି

0

 ପ୍ରଥମ  ପଣା ୧୨ ହଜାର ୨ ଶହ ଟଙ୍କାରେ ନିଲାମ 

ବଡ଼ବିଲ (ଚିତ୍ତରଞ୍ଜନ କର): ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଚଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ବିକାଶ ମହଲଠାରେ ବିଷୁବ ମିଳନ   ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ବନାଞ୍ଚଳ ଅଧିକାରୀ ପଦ୍ମନାଭ ରାଉତ, ମୁଖ୍ୟ ବକ୍ତା ଭାବେ ଡାକ୍ତର ସୌଦାମିନୀ ଧଳ ଏବଂ ସମ୍ମାନୀତ ଅତିଥି ଭାବେ ପୂର୍ବତନ ପୌରାଧ୍ୟକ୍ଷ ଦିଲିପ ମିଶ୍ର ଓ ଯୋଡ଼ାର ବରିଷ୍ଠ ସାମ୍ବାଦିକ ପ୍ରକାଶ ମହାନ୍ତି ପ୍ରମୁଖ  ଯୋଗଦେଇଥିଲେ। 

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସୁଗାର ଫ୍ରି ପଣା ପ୍ରସ୍ତୁତ ହୋଇଥିଲା। ପରମ୍ପରା ଅନୁଯାୟୀ ପ୍ରଥମ ପଣା ଗ୍ଲାସକୁ ନିଲାମ ଡକାଯାଇଥିଲା। ରୁପାରେ ନିର୍ମିତ ଏହି ପଣା ଗ୍ଲାସକୁ ସ୍ଥାନୀୟ ବ୍ୟବସାୟୀ  ଦିନେଶ ଅଗ୍ରୱାଲ ୧୨ ହଜାର ୨ ଶହ ଟଙ୍କାରେ ନିଲାମ ଡାକି ଗ୍ରହଣ କରିଥିଲେ। ଶେଷରେ ଉପସ୍ଥିତ ଜନସାଧାରଣଙ୍କୁ ପଣା ବଣ୍ଟନ କରାଯାଇଥିଲା। 

 

Leave A Reply

Your email address will not be published.