କବୟିତ୍ରୀ  ଭାରତୀ ରଥଙ୍କୁ କବିରତ୍ନ ସମ୍ମାନ 

0

ବାଙ୍କୀ(ଆଶିଷ କୁମାର ମହାପାତ୍ର)-କଳ୍ପନା ସାହିତ୍ୟ ଓ ସାଂସ୍କୃତିକ ଓ ସମାଜିକ ପରିଷଦ କଟକ ର ବିଷୁବ ସଂଖ୍ୟା ଉନ୍ମୋଚନ ଓ  ପ୍ରତିଭା ସମ୍ମାନ ସମାରୋହ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସବକୁ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତି ଉଦ୍ଘାଟନ କରିଥିଲେ ।  ଏହି ଅବସରରେ ଡଃ.ଚିତ୍ତରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ମୁଖ୍ୟ ବକ୍ତା ରମାକାନ୍ତ ଜେନା , ସମ୍ମାନୀୟ ଅତିଥି ମୀନକେତନ ଦାଶ୍, ଡାକ୍ତର ପ୍ରଶନ୍ନ କୁମାର ରାଠୋର ଯୋଗଦେଇ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ସରକାରୀ ବିଶ୍ୱନାଥ ଶ୍ରୀଚନ୍ଦନ ନୋଡାଲ୍ ଉନ୍ନୀତ ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ଭାରତୀ ରଥଙ୍କୁ ସାରସ୍ୱତ ସାହିତ୍ୟ ସାଧନା କ୍ଷେତ୍ରରେ ଜୀବନ ଉତ୍ସର୍ଗୀକୃତ ପାଇଁ କଳ୍ପନା କବିରତ୍ନ  ସମ୍ମାନ – ୨୦୧୯ରେ ସମ୍ମାନୀତ କରିଥିଲେ । ଶ୍ରୀମତୀ ରଥ ସାହିତ୍ୟ ସାଧନା ସହିତ ଶିକ୍ଷକତା ବୃ୍ତ୍ତି କରୁଥିଲେ ମଧ୍ୟ ଶିଶୁ ସାହିତ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତିର ନିଖୁଣ ଚିତ୍ରକୁ କବିତା ମାଧ୍ୟମରେ ପରିସ୍ପୁଷ୍ଟନ କରିବାରେ ଦକ୍ଷତା ହାସଲ କରିଛନ୍ତି । ଫଳରେ  ବିଭିନ୍ନ ସାହିତ୍ୟ ଅନୁଷ୍ଠାନ  ତରଫରୁ ସମ୍ବଦ୍ଧିତ ହୋଇ ନିଜ ବିଦ୍ୟାଳୟ ଏବଂ ଗାଁର ନାକୁ ଉଚ୍ଚରଖିବା ପାଇଁ ପ୍ରୟାସ କରୁଛନ୍ତି । 

Leave A Reply

Your email address will not be published.