ପଦ୍ମପୁରର ନୂଆ ଯୁବ ନେତାଙ୍କ ଦ୍ବାରା ଜାମସେଠ ଠାରେ ଅଫିସ ଉଦଘାଟନ 

0 1

ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):- ପଦ୍ମପୁର ନିର୍ଵାଚନ  ମଣ୍ଡଲି ର ଜାମସେଠ ଠାରେ ବିଜୁଜନତାଦଲ ର ନିର୍ଵାଚନ ପ୍ରଚାର କାର୍ଯ୍ୟାଳୟ ଉଦଘାଟନ କରାଯାଇଅଛି।ଉକ୍ତ କାଯ୍ୟକ୍ରମ ରେ ବିଜୁଜନତାଦଲ ର ଜିଲ୍ଲା ସଭାପତି ତଥା ବିଜେଡ଼ି ପଦ୍ମପୁର ନିର୍ବାଚନ ମଣ୍ଡଲି ର ବିଧାୟକ ପ୍ରାର୍ଥୀ ବିଜୟ ରଞନସିଂ ବରିହା ଙ୍କ ପୁଅ ଭୋଜରାଜ ସିଂ ବରିହା ବିଜେଡ଼ି ଅଫିସକୁ ଉଦଘାଟନ କରିଥିଲେ।

ଯୁବକ ମାନଙ୍କର ମଧ୍ୟରେ ଏକ ନୂତନ ପ୍ରେରଣା ଦେଇଥିଲା।କାରଣ ଭୋଜରାଜ ସିଂ ବରିହା ନିଜେ ଗାଁ ଗାଁ ବୁଲି ଲୋକଙ୍କ ସୁଖଦୁଖ ରେ ରହି ଆସୁବିଧା ଗୁଡିକ ପଚାରୁଛନ୍ତି ଲୋକର ସଙ୍ଗେ ମିଶିବାକୁ ଚେଷ୍ଟା କରୁଛନ୍ତି। ଭୋଜରାଜ ସିଂ ବରିହା ଅଞ୍ଚଳ ରେ ବୁଲାବୁଲି କରିବାରେ ନୂତନ ଯୁବ ପିଢ଼ି ମାନଙ୍କର ମଧ୍ୟରେ ଏକ ନୂଆ ପ୍ରେରଣା ଯୋଗାଉଛି। ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ଜିଲ୍ଲା ଉପସଭାପତି ଗିରିଶ ଡନସନା, ଜିଲ୍ଲା ପରିଷଦ ସଭ୍ୟ ବିଶ୍ବନାଥ ବାଗ,ଦିଲିପ ରଣା,ଗଣେଶ ପ୍ରଧାନ,ଶରତ ତାଣ୍ଡି,ନରୋତ୍ତମ ମାଝୀ,ଜିତୁନ ପଟନାଏକ ଏବଂଶତାଧିକ କର୍ମୀ ଯୋଗଦେଇଥିଲେ।

Leave A Reply

Your email address will not be published.