ବିଜେଡିକୁ ଭୋଟ ଦେଇ ନବୀନ ବାବୁଙ୍କ ହାତମୁଠା ଟାଣ କରିବାକୁ ନିବେଦନ କଲେ ଚନ୍ଦ୍ରାଣୀ ଓ  ମିନାକ୍ଷୀ

0 1

ବଡ଼ବିଲରେ ବିଜେଡିର ଶକ୍ତି ପ୍ରଦର୍ଶନ : ରୋଡ଼ ସୋରେ ଯୋଗଦେଲେ ୫୦୦୦ରୁ ଉର୍ଦ୍ଧ କର୍ମୀ 

ବଡ଼ବିଲ :  ବଡ଼ବିଲରେ ବିଜୁ ଜନତା ଦଳ ତରଫରୁ ଏକ ରୋଡ଼ ସୋ ଓ ସଭା ଅନୁଷ୍ଠିତ ହୋଇଛି। ବିଜେଡିର କେନ୍ଦୁଝର ସାଂସଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁ ଓ ଚମ୍ପୁଆ ବିଧାନସଭା ପ୍ରାର୍ଥୀନୀ ମିନାକ୍ଷୀ ମହାନ୍ତ ଏଥିରେ ଯୋଗଦେଇ ଥିଲେ। ବଡ଼ବିଲସ୍ଥିତ ଗୋପବନ୍ଧୁ ଛକରୁ ଏକ ବାଇକ ରାଲିରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ ଲୋକ  ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଏହି ବିଶାଳ ରାଲି ସହର ପରିକ୍ରମା କରିବା ପରେ ସ୍ଥାନୀୟ ହାଟ ପଡ଼ିଆଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଉଭୟ ପ୍ରାର୍ଥୀନୀ ଯୋଗଦେଇ ବିଜୁ ଜନତା ଦଳକୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ।

Leave A Reply

Your email address will not be published.