ରାଉରକେଲା- ଆଉ କେଇଟା ଦିନପରେ ଦେଶର ସାଧାରଣ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ଦେଶର ସମସ୍ତ ରାଜନୈତିକ ଦଳ ମାନେ ନିଜ ନିଜର ଘୋଷଣାପତ୍ର ପ୍ରକାଶ କରିଛନ୍ତି।ହେଲେ କୌଣସି ରାଜନୈତିକ ଦଳର ଘୋଷଣାପତ୍ରରେ ଗୋ-ମାତାର ସୁରକ୍ଷା କଥା ସ୍ଥାନିତ ନହେବା କଥାକୁ ନେଇ ଗଭୀର ଉଦବେଗ କରିଛନ୍ତି ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ।ଏହାସହ ଭାରତର ସମସ୍ତ ରାଜନୈତିକ ଦଳ ଦିଗହରା ହୋଇ ସାରିଛନ୍ତି ବୋଲି ଶ୍ରୀ କୁସୁମ କହିବା ସହିତ ଭାରତର ରାଜନୀତି ଭୋଟ କୈନ୍ଦ୍ରିକ ହୋଇସାରିଛି ବୋଲି କହିଛନ୍ତି ଶ୍ରୀ କୁସୁମ।ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ୧୮୫୭ ମସିହାରେ ଗୋ-ମାତାର ସୁରକ୍ଷା ପ୍ରସଙ୍ଗକୁ ନେଇ ଭାରତରେ ସ୍ବାଧୀନତା ସଂଗ୍ରାମର ମୁଳଦୁଆ ପଡିଥିବା ବେଳେ,ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଗୋ-ମାତାର ସୁରକ୍ଷା ହୋଇ ପାରିନାହିଁ।ଗୋ-ମାତାର ସୁରକ୍ଷା ଦୁରେଥାଉ ଆଜି ପ୍ରତ୍ୟେକ ଦିନ ୨୪୦୦ ଟନ୍ ଗୋ-ମାନ୍ସ ବିଦେଶକୁ ରପ୍ତାନୀ ହେଉଛି।ହେଲେ ଯେଉଁ ଗୋ-ମାତାର ସୁରକ୍ଷା ପାଇଁ ଦେଶରେ ସ୍ବାଧୀନତା ସଂଗ୍ରାମର ମୁଳଦୁଆ ପଡିଥିଲା ଏବଂ ଯାହାଙ୍କ ପାଇଁ ଦେଶର ଲକ୍ଷ ଲକ୍ଷ ଦେଶଭକ୍ତ ପ୍ରାଣବଳି ଦେଇଥିଲେ ସେହି ଗୋ-ମାତା ଆଜି ଦେଶରେ ଅପ୍ରାସଙ୍ଗିକ ହୋଇଯିବା ଘୋର ଚିନ୍ତାଜନକ ବୋଲି ଶ୍ରୀ କୁସୁମ ଉଦବେଗ କରିଛନ୍ତି।ନିଜର ପ୍ରକୃତ ଦାୟିତ୍ୱରୁ ଖସିଯିବା ଏବଂ ନିଜ ଦୋଷକୁ ଲୁଚେଇବା ପାଇଁ ଆଜି ଦେଶରେ ଯେଭଳି ବିକାଶର ଭିନ୍ନ ଭିନ୍ନ ବାହାନା ଚାଲିଛି ତାହା ଭାରତର ବିନାଶର ସଙ୍କେତ ବୋଲି ଶ୍ରୀ କୁସୁମ କହିଛନ୍ତି।ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ଗୋ-ମାତା ଖାଲି ହିନ୍ଦୁ ମାନଙ୍କ ପାଇଁ ନୁହେଁ ଭାରତୀୟ ସସ୍କୃତି ସହିତ ଓତଃପ୍ରୋତ ଭାବେ ଜଡିତ।ଗୋ-ମାତାକୁ ଛାଡି ଭାରତୀୟ ସସ୍କୃତି ଓ ଭାରତୀୟତାର ପରିକଳ୍ପନା ମଧ୍ୟ ସମ୍ଭବ ନୁହେଁ।ହେଲେ ଆଜି ଦେଶର ରାଜନୈତିକ ଦଳ ମାନେ ଗୋ-ମାତାର ସୁରକ୍ଷା ପ୍ରସଙ୍ଗକୁ ଯେଭଳି ଭାବରେ ଅଣଦେଖା କରିଛନ୍ତି ତାହା ହିନ୍ଦୁ ସମାଜ ପାଇଁ ଏକ ସତର୍କ ଘଣ୍ଟି ଅଟେ ବୋଲି ଶ୍ରୀ କୁସୁମ କହିବା ସହିତ ଗୋ-ମାତାର ସୁରକ୍ଷା ତଥା ହିନ୍ଦୁତ୍ଵର ସୁରକ୍ଷା ପାଇଁ ଦେଶରେ ଏକ ହିନ୍ଦୁତ୍ଵବାଦୀ ରାଜନୈତିକ ଦଳର ବହୁ ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.