କି ଅମଣିଷ ଇଏ, ସହକର୍ମୀଠୁ ବି ଲାଞ୍ଚ !!!!

0 2

 ଭିଜିଲାନ୍ସ ଜାଲରେ ନୃସିଂହନାଥ ରେଞ୍ଜ ଡେ଼ପୁଟି ରେଞ୍ଜର

 ବରଗଡ :-ଆଜି ପାଇକମାଲ ନବୋଦୟ ବିଦ୍ୟାଳୟ ନିକଟରେ ଥିବା ନୃସିଂହନାଥ ରେଞ୍ଜ ଅଫିସ ରେ ଭିଜିଲାନ୍ସ ଦ୍ୱାରା ଚଢ଼ାଉ କରାଯାଇ ଡେ଼ପୁଟି ରେଞ୍ଜର ଧ୍ରୁବ ଚରଣ ବେହାର କୁ 50 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାଯାଇଛି ।

ସୂଚନା ମୁତାବକ ଗତ ଫେବୃଆରୀ ରେ ମାସରେ ଚାକିରୀ ରୁ ଅବସର ନେଇଥିବା ନୃସିଂହନାଥ ରେଞ୍ଜ ଅନ୍ତର୍ଗତ ଜାମସେଠ ଫରେଷ୍ଟର ଶ୍ରୀ ରାଜକୁମାର ଚାଳନ ଙ୍କ ଏନଓସି   ପ୍ରଦାନ କରିବା ପାଇଁ  ଡେ଼ପୁଟି ରେଞ୍ଜର ଧ୍ରୁବ ବେହେରା 50 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶ୍ରୀ ଚାଳନ ବହୁତ ଅନୁରୋଧ କରିବା ପରେ ବି  ଟଙ୍କା କମ ନକରିବାରୁ ସେ ବାଧ୍ୟ ହେଇ ଭିଜିଲାନ୍ସ ଏସପି ଙ୍କୁ ଅଭିଯୋଗ କରିଥିଲେ ।

ସମ୍ବଲପୁର ଭିଜିଲାନ୍ସ ଏସପି ଶ୍ରୀ ଆର ଆର କେ  ପ୍ରଧାନ ଙ୍କର ନିର୍ଦେଶ କ୍ରମେ ଡ଼ିଏସପି ବିରେନ୍ଦ୍ର କୁମାର ନାୟକ , ଡ଼ିଏସପି ଦିଲୀପ କର , ଇନ୍ସପେକ୍ଟର ପି ପି ବାଗେ , ଇନ୍ସପେକ୍ଟର ଆଇନ୍ଦ , ଲଷ୍ମୀ ଚରଣ ଛାତ୍ରୀଆ , ନରେନ୍ଦ୍ର ଗୋଛୟତ , ରଜତ ନାୟକ ,ଗୌରୀ ଶଙ୍କର ମେହେର ପ୍ରମୁଖ ଦୃବ ବେହେରା ର ଅଫିସ ଓ ଅଫିସ ନିକଟରେ ଥିବା ବାସଗୃହ ରେ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହିତ ଅଭିଯୁକ୍ତ ଡେପୁଟି ରେଞ୍ଜର କୁ ଗିରଫ କରି ସାଙ୍ଗରେ ନେଇଯାଇଥିଲେ | ଡେ଼ପୁଟି ରେଞ୍ଜର ଧ୍ରୁବ  ବେହାରଙ୍କର ନାମରେ ସ୍ଥାନୀୟ  ଅଂଚଳରେ ଆଗରୁ ମଧ୍ୟ ଏହି ଭଳି ଅଭିଯୋଗ ଶୁଣାଯାଉଥିଲା । ନିଜ ସହକର୍ମୀ ଙ୍କର ଠାରୁ ଏହିଭଳି ଜବରଦସ୍ତି ଲାଞ୍ଚ ଦାବି କରିବା ବାସ୍ତବରେ ଏକ ଘୃନ୍ୟ କାମ | ଏହିଭଳି ଲୋକକୁ କଠୋର ଶାସ୍ତି ଦିଆଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତପୋଷଣ କରିଛନ୍ତି ।।

 

Leave A Reply

Your email address will not be published.