ଅଧିକ ସଂଖ୍ୟକ ମତଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକଲ ଶୋଭାଯାତ୍ରା ଓ ଦସ୍ତଖତ ଅଭିଯାନ

0 3

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :ଆସନ୍ତା ୧୧ ତାରିଖ ଦିନ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଦାନ ଅନୁଷ୍ଠିତ ହେବ ଗଜପତି ଜିଲ୍ଲାର ୨ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି ଠାରେ । ଏହାକୁ ଦୃଷ୍ଟିରେ ରଖି ଏହି ନିର୍ବାଚନର ଭୋଟଦାନବେଳେ ଅଧିକ ସଂଖ୍ୟାରେ ଭୋଟରମାନେ ଭୋଟ କେନ୍ଦ୍ରକୁ ଯାଇ ସେମାନେ ଯେଭଳି ସେମାନଙ୍କ ସାମ୍ୱିଧାନକି ଅଧିକାରକୁ ଭୋଟ ଦେଇ ସାବ୍ୟସ୍ତ କରିବେ ତାହା ହେଉଛି ଏଭଳି ସାଇକଲ ସଚେତନତା  ଶୋଭାଯାତ୍ରା ବାହାରିବା ଏବଂ ଦସ୍ତଖତ ଅଭିଯାନରେ ସମସ୍ତ ସାମଲି ହୋଇ ଭୋଟଦାନ ନିଶ୍ଚିତ ଭାବେ କରିବାର ସଂକଳ୍ପ ନେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ସାମ୍ୱିଧାନିକ ସୂଚନା ଦେଇ କହିଛନ୍ତି ।

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ନିର୍ବାଚନ ଭୋଟଦାନ ସଚେତନତା ସାଇକଲ ଶୋଭାଯାତ୍ରା ବାହାରିଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ, ଭୋଟ ଗଜପତି ଲୋଗ ଥିବା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା, ଏସ.ପି ସାରା ଶର୍ମା, ଡିଏଫଓ ବିବେକ କୁମାରଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଅଧ୍ୟାପକ , ଅଧ୍ୟାପିକା, ଶିକ୍ଷକ,ଶିକ୍ଷୟିତ୍ରୀ   ବିଭିନ୍ନ ସ୍କୁଲ କଲେଜର ଅତ୍ୟଧିକ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଏହି ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ସଚେତନତା ମୁଳକ ବ୍ୟାନର ଧରି ସମଗ୍ର ସହର ପରିକ୍ରମା କରିଥିଲେ ।

ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସମସ୍ତେ ଭୋଟଦାନ ପାଇଁ ସଂକଳ୍ପବଦ୍ଧ ହେବା ନେଇ ଆୟୋଜିତ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ।

 

 

Leave A Reply

Your email address will not be published.