ବରକାନି ଖୁଜେନପାଲିର ବିଜେପି କର୍ମୀ ବିଜେଡିରେ ଯୋଗଦେଲେ 

0 1

ବଲାଙ୍ଗୀର/ NIROJ MISHRA- ଶୈଲେଶ୍ରୀ ପେଲେସଠାରେ ଖୁଜେନପାଲି ପଂଚାୟତ ଓ ବରକାନି ପଂଚାୟତର ୧୦ଜଣ ବିଜେପିର ବରିଷ୍ଟ କର୍ମୀମାନେ ବିଜେଡିରେ ଯୋଗଦେଇଛନ୍ତି । ବିଜେପିର ପୁର୍ବତନ ସାଧାରଣ ସମ୍ପାଦକ ମଦନ ମୋହନ ତ୍ରିପାଠୀ, ବରକାନି ପଂଚାୟତର ବିଜେପି ସଭାପତି ସଦାଶିବ ବିଶ୍ୱାଳ, ଭକ୍ତପ୍ରହ୍ଳାଦ ସାହୁ, ସତ୍ୟ ମିଶ୍ର, ମୁନୁ ନନ୍ଦ, ନିମା ଚରଣ ପୋଡ, ରାଧାକାନ୍ତ କାଲସାଏ, ସନ୍ତୋଷ, ବାବୁଲା ସହିତ ଅନେକ ବିଜେପି କର୍ମୀମାନେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବ ବେଳେ ବିଜେଡି ରାଜ୍ୟ ଉପସଭାପତି ତଥା ପୁର୍ବତନ ମନ୍ତ୍ରୀ ଓ ସାଂସଦ ଅନଙ୍ଗ ଉଦୟ ସିଂଦେଓ ଓ ବିଧାନ ସଭାପ୍ରାର୍ଥି ଅର୍କେଶ ନାରାୟଣ ସିଂହଦେଓ କର୍ମୀ ମାନଙ୍କୁ ଫୁଲମାଳ ଦେଇ ସ୍ୱଗତ ସମ୍ବର୍ଦ୍ଧନା କରିଥିଲେ । ଏହି ଅବସରରେ ବାସୁ ପତି,ବଲାଙ୍ଗୀର ବ୍ଳକ ଅଧ୍ୟକ୍ଷ ଗୋଳାପ ବାଗ, ଶୁଶିଲ ଚାନ୍ଦ, ବରକାନି ପଂଚାୟତର ସରପଂଚ ରାଜେନ୍ଦ୍ର ହୋତା, ବାଲାଜି ପଣ୍ଡା, ଶିବ ସାହୁ, ରାଜେନ୍ଦ୍ର ପାଣିଗ୍ରାହୀ,  ଉପସ୍ଥିତି ଥିଲେ । 

Leave A Reply

Your email address will not be published.