ଦୋକାନ ଦୋକାନ ବୁଲି ନରସିଂହଙ୍କ ନିର୍ବାଚନୀ ପ୍ରଚାର

0 1

ସାମୁହିକ ବିକାଶକୁ ଗୁରୁତ୍ୱ ଦିଆଯିବ – ନରସିଂହ

ବଲାଙ୍ଗିର (ନିରୋଜ ମିଶ୍ର), ଗତ ପାଞ୍ଚ ବର୍ଷରେ ଲୋକେ ଦେଖିଛନ୍ତି ବଲାଙ୍ଗିରର କାୟା କଳ୍ପରେ କିପରି ପରିବର୍ତ୍ତନ ଆସିଛି ।  ପାଞ୍ଚ ବର୍ଷ ପୂର୍ବର ଗାଁର ଚିତ୍ର ଆଉ ବଲାଙ୍ଗିରରେ ନାହିଁ । ରୋଡ ରାସ୍ତା ଯାହା ଖରାପ ଥିଲା ସେସବୁର ସମ୍ପୁର୍ଣ୍ଣ ପରିବର୍ତ୍ତନ ଘଟିଛି । ପିଇବା ପାଣି ଘରେ ଘରେ ପହଂଚିଛି  । ପ୍ରତ୍ୟେକ ଲୋକଙ୍କର ସମସ୍ୟା ପାଖରେ ଦଳ ପହଞ୍ଚôଛି । ଗତ ପାଞ୍ଚ ବର୍ଷ ଧରି କେବଳ ସାମୁହିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି ଏବଂ ଆଗକୁ ଏହା ଜାରି ରହିବ ବୋଲି ଆଜି ବଲାଙ୍ଗିରର ମୁଖ୍ୟ ବଜାରରେ ଦୋକାନ ଦୋକାନ ବୁଲି ନିର୍ବାଚନ ପ୍ରଚାର ଅବସରରେ ସାମ୍ବାଦିକ ବନ୍ଧୁ ତଥା ଲୋକମାନଙ୍କୁ ପ୍ରଶ୍ନର ଉତ୍ତରରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଏହା କହିଛନ୍ତି । ଆଜି ନିର୍ବାଚନ ପ୍ରଚାରରେ ବାହାରି ସହରର ମୁଖ୍ୟ ବଜାର ଅଞ୍ଚଳରେ ସମସ୍ତ ଦୋକାନି ତଥା ବଜାରରେ ଥିବା ସାଧାରଣ ଲୋକଙ୍କୁ ଭେଟି ନିଜ ସପକ୍ଷରେ ତଥା ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ । ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ସତ୍ତେ୍ୱ ମଧ୍ୟ ନରସିଂହଙ୍କ ଏହି ପ୍ରଚାରରେ ଭୋଟଦାତା ତଥା ଦୋକାନିମାନଙ୍କ ଉତ୍ସାହ  ନଜରକୁ ଆସିଥିଲେ ସେମାନେ ନରସିଂହଙ୍କୁ ନିଜ ଦୋକାନକୁ ସ୍ୱାଗତ କରିବା ସହ ବାର୍ତ୍ତା ବିନିମୟ କରିଥିଲେ । ଏହି ସମୟରେ ଶ୍ରୀ ମିଶ୍ର କଂଗ୍ରେସର ଇସ୍ତାହାର ମୁଖ୍ୟତ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା, ବେକାରୀଙ୍କୁ ମାସକୁ ୩ହଜାର ତଥା କୃଷି ଓ କୃଷକଙ୍କ ପାଇଁ  ହେବାକୁ ଋଣ ଛାଡ ଉପରେ କହିଥିଲେ । କଂଗ୍ରେସ ଦଳ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ରେ ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣର ପ୍ରଥମ ଦିନରେ ହିଁ କୃଷକଙ୍କ ପାଇଁ ଋଣଛାଡ ଘୋଷଣା ପ୍ରମାଣିତ କରୁଛି ଯେ କଂଗ୍ରେସ ଯାହା କହେ ତାହା କରେ । ତେଣୁ ସାଧାରଣ ଜନତା କଂଗ୍ରେସ ଦଳ ସପକ୍ଷରେ ମତଦାନ କରନ୍ତୁ ବୋଲି ବିଧାୟକ ନରସିଂହ ମିଶ୍ର ନିଜ ପ୍ରଚାରରେ କହିଥିଲେ । ଏହା ପରେ ପରେ ସତ୍ୟନାରାୟଣପଡାକୁ ନରସିଂହ ମିଶ୍ର ନିର୍ବାଚନି ପ୍ରଚାରରେ ଯାଇଥିଲେ । ସେଠାରେ ଉପସ୍ଥିତ ଜନତାଙ୍କୁ କଂଗ୍ରେସ ଦଳ ସପକ୍ଷରେ ମତଦାନ କରିବାକୁ କହିବା ସହ ଦଳ ସରକାରକୁ ଆସିଲେ ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ ଋଣ ମାଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ  । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଅସୀମ ପଟ୍ଟନାୟକ, ପିସିସି ସଂପାଦକ ସୁଦାମ ସାହୁ, ପିସିସି ସଭ୍ୟ ତଥା ଜିଲ୍ଲା ଉପ-ସଭାପତି ମନିଷ ମିଶ୍ର, କାଉନସିଲର ଷୌମ୍ୟଦୀପ  ସରାଫ, ସଭାପତି ନଗର କଂଗ୍ରେସ ବୁଲୁ ଦାନି, ବଳରାମ ଅଗ୍ରୱାଲ, ବାବୁ ପାଣ୍ଡେ, କିଶୋର ଦଣ୍ଡସେନା, ରଙ୍କ ବାବୁ, ବିରେନ୍ଦ୍ର ବାବୁ, ସୁଧିର ମିଶ୍ର, ପବିତ୍ର ବେହେରା, ସଞ୍ଜୁ ଦୋରା, ମହମ୍ମଦ ଇମ୍ରାନ, ସୂର୍ଯ୍ୟ ମିଶ୍ର, ନାସିର ଖାନ, ସୁବ୍ରତ ଖଣ୍ଡୁଆଲ ଓ ରାହୁଲ ସାହୁ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.