ଶଙ୍ଖ ଧରିଲେ ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯକାରୀ ସଭାପତି

0

 ବିଜେଡିର କର୍ମୀ ସମ୍ମିଳନୀ : ସୁବାଷ ଚୌହାନଙ୍କୁ ଜୋରଦାର ସ୍ୱାଗତ 

  ପାଇକମାଳ/ ରାଜେନ୍ଦ୍ର ପ୍ରଧାନ  :- ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟସ୍ଥ ଯାତ୍ରୀ ନିବାସ ପ୍ରାଙ୍ଗଣରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇ ଯାଇଛି । କର୍ମୀ ସମ୍ମିଳନୀ ଆରମ୍ଭ ହେବାପୁର୍ବରୁ ଶ୍ରୀ ସୁବାଷ ଚୌହାନ ତଥା ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କୁ ଏକ ବାଇକ ରାଲିରେ  ସ୍ୱାଗତ କରି କର୍ମୀ ମାନେ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସଭା ଆରମ୍ଭ ହେବାପରେ ଗତ କିଛି ଦିନ ପୂର୍ବେ ଜିଲ୍ଲା କଂଗ୍ରେସ କାର୍ଯକାରୀ ସଭାପତି ପଦରୁ ଇସ୍ତଫା ଦେଇଥିବା ଶ୍ରୀ ବିଜୟ କୁମାର ସ୍ୱାଇଁ ଆଜି ବିଧିବଦ୍ଧ ଭାବରେ ବିଜେଡି ରେ ଯୋଗ ଦେବା ସହିତ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ ।  ତାଙ୍କ ବ୍ୟତୀତ କଂଗ୍ରେସ ଯୁବନେତା ଦେବେନ୍ଦ୍ର ସିଂ ପୁଟାଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ  । 

          ଆଗାମୀ ସାଧାରଣ ନିର୍ବାଚନରେ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ କିଭଳି ଭାବେ ବିଜୟୀ କରାଯାଇ ପାରିବ ଏହି ବିଷୟରେ ନେତାମାନେ କର୍ମୀ ମାନଙ୍କର ସହିତ ବିସ୍ତୃତ ଭାବରେ ଆଲୋଚନା କରିବା ସଂଗୀତ ନିର୍ବାଚନ ରେ ବିଜୟୀ ହେବାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି କାର୍ଯକ୍ରମରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ, ଶ୍ରୀ ଜୟନ୍ତ ପାଣିଗ୍ରାହୀ, ଶ୍ରୀ ଧବଳେଶ୍ବର ସାହୁ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । 

Leave A Reply

Your email address will not be published.