କଂଗ୍ରେସର ନିର୍ବାଚନ ପ୍ରଚାରରେ ସାମିଲ ହେଲେ  ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ 

0

ନୂଆପଡା.(ଅମିତ ପୁରୋହିତ); କଂଗ୍ରେସର ଲୋକସଭା ପ୍ରାର୍ଥୀ ଭକ୍ତ ଚରଣ ଦାସ ଓ ବିଧାନ ସଭା ପ୍ରାର୍ଥୀ ଘାସିରାମ ମାଝୀ ଙ୍କ ମାରାଥନ ପ୍ରଚାରରେ ପଡୋଶୀ ରାଜ୍ୟ ଛତିସଗଡର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ଟି.ଏସ.ସିଂ ଦେଓ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସିଂ ଦେଓ ଛତିସଗଡରୁ ହେଲିକେପ୍ଟର ଯୋଗେ ଆସି ସ୍ଥାନିୟ ଗୋତମା ଏରୋଡ୍ରମ ପଡିଆରେ ଓହ୍ଲାଇ ଏକ ବାଇକ ର୍ୟାଲିରେ ଖରିଆର ରୋଡ ଓ ନୂଆପଡା ପରିକ୍ରମା କରି ସ୍ଥାନିୟ ପୋଲିସ ପଡିଆରେ ଆୟୋଜିତ କଂଗ୍ରେସର କର୍ମୀ ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଛତିସଗଡର ମନ୍ତ୍ରୀ ୧୯ ବର୍ଷ ଧରି ଓଡିଶାରେ ଶାସନ କରୁଥିବା ନବିନ ସରକାର ଉପରେ ଖୁବ ବର୍ଷିଥିଲେ । ତାଙ୍କ ଭାଷଣରେ ମହିଳା ମାନଙ୍କ ସୁରକ୍ଷା ପ୍ରତି ଓଡିଶା ସରକାର ଧ୍ୟାନ ନ ଦେବା କେନ୍ଦ୍ର ସରକାର ଙ୍କ ନୋଟ ବନ୍ଦି ପାଇଁ ଗରିବ ଲୋକ ଆହୁରି ଗରିବ ହେବା ୫ ବର୍ଷ କାର୍ଯ୍ୟକାଳ ପୁରା କରିଥିଲେ ସୁଧା କଳା ଧନ ବାହାର ନ କରିପାରିଥିବା ଆଦି ନିନ୍ଦା କରିଥିଲେ । କେନ୍ଦ୍ର ଓ ଓଡିଶାରେ କଂଗ୍ରସ ସରକାର ଆସିଲେ ଚାଷୀ ଙ୍କୁ ୨୬୦୦ ଟଙ୍କା ଧାନର ମୂଲ୍ୟ ଦେବା ସହ ବହୁତ ପ୍ରକାର ସୁବିଧା ଦିଆଯି ବୋଲି ମନ୍ତ୍ରୀ ଶ୍ରୀ ସିଂ ଦେଓ କହିଥିଲେ । ଉକ୍ତ କର୍ମୀ ସମ୍ମିଳନୀରେ ଛତିସଗଡ ଖଲ୍ଲରୀ ବିଧାୟକ ଦ୍ୱାରିକା ୟାଦବ, ମହାସମୁନ୍ଦ ବିଧାୟକ ବିନୋଦ ଚନ୍ଦ୍ରକାର, ସାଂସଦ ପ୍ରାର୍ଥୀ ଭକ୍ତ ଚରଣ ଦାସ, ବିଧାନ ସଭା ପ୍ରାର୍ଥୀ ଘାସିରାମ ମାଝୀ ଙ୍କ ସହ ବରିଷ୍ଠ  ନେତା ହଲ୍ଲା ସିଂ,ରାଜୁ ଜୈନ, ଧନି ସାହୁ, ଭରତଲାଲ ରାଉତ,ରବି ମଙ୍ଗରାଜ, ସାହାରୁଖ ଖାଁ ଓ ମହମ୍ମଦ ଜୁନେଦ ଆଦି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବି.ଜେ.ପି ର ପ୍ରାୟ ୩୦୦ କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ ।        

  

 

Leave A Reply

Your email address will not be published.