ଉତ୍ତରରେ ବିଲଡର, ମଧ୍ୟରେ ବିବାଦୀୟ ମେୟର 

12

ବାହାରିଲା ବିଜେଡି ତାଲିକା, ଢେଙ୍କାନାଳରୁ ଲଢ଼ିବେ ମହେଶ ସାହୁ 

କଟିଲେ ବାଦଲ ବଂଚିତ  ପ୍ରିୟ, ଚାପରେ ସଫଳ ସୌମ୍ୟ  

ମଧ୍ୟବାସୀଙ୍କ ମେମୋରିକୁ ତାଜା କରିବା ବୁନୁଙ୍କ ବିବାଦୀୟ ସେକ୍ସ ସିଡ଼ି

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ଆଜି ପୁଣି ପ୍ପ୍ରକାଶ ପାଇଛି ବିଜେଡିର ପ୍ରାର୍ଥୀ ତାଲିକା | ପ୍ରକାଶିତ ତାଲିକା ଅନୁଯାୟୀ ଢେଙ୍କାନାଳ ଲୋକସଭା ଆସନରୁ ବିଧାୟକ ମହେଶ ସାହୁ ଲଢ଼ିବାକୁ ଥିବା ବେଳେ କେନ୍ଦୁଝରରୁ ଲଢ଼ିବେ ଚନ୍ଦ୍ରାଣି ମୁର୍ମୁ |

ସେହିପରି ବହୁ ପ୍ରତିକ୍ଷିତ ଭୁବନେଶ୍ୱର ଆସନରୁ ଦୁଇଜଣ ଯାକ ବିଧାୟକଙ୍କୁ ବାଇ ବାଇ କରିଛି ବିଜେଡି | ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ନିର୍ବିବାଦୀୟ ବିଧାୟକ ବାଦଲ ମହାନ୍ତିଙ୍କ ବଦଳରେ ପ୍ରାର୍ଥୀ କରିଛି ବିବାଦୀୟ ମେୟର ଅନନ୍ତ ନାରାୟଣ ଜେନା | ବିବାଦୀୟ ସେକ୍ସ ସିଡ଼ି ମାମଲାରେ ଜଡିତ ହୋଇ ଦଳକୁ ଓ ସରକାରଙ୍କୁ ବଦନାମ କରିଥିବା ଅନନ୍ତଙ୍କୁ ପ୍ରାର୍ଥୀ କରି ଗୋଟାଏ ରିସ୍କ ନେଇଛି ବିଜେଡି | ଆଉ କୌଣସି ଅଦୃଶ୍ୟ କାରଣ ପାଇଁ ବୁନୁଙ୍କ ଚାପ ଆଉ ଜିଦ ଆଗରେ ମୁଣ୍ଡ ନୁଆଁଇଛି ଦଳ ଆଉ ଦଳର ମୁଖିଆ | ଆଉ ବିରୋଧୀ ଦଳ ପକ୍ଷରୁ ଲୋକଙ୍କ ମେମୋରିକୁ ତାଜା କରିବା ପାଇଁ ପୁଣି ସେଇ ବିବାଦୀୟ ସେକ୍ସ ସିଡ଼ି ବଜାରକୁ ଆସିବାର ସମ୍ଭାବନା ଅଛି | 

ଆଉ ଉତ୍ତର ଭୁବନେଶ୍ୱରରୁ କଟିଛନ୍ତି ବିଧାୟକ ପ୍ରିୟଦର୍ଶୀ ମିଶ୍ର | ପୂର୍ବରୁ ଯାହା ଚର୍ଚା ହେଉଥିଲା ଜଣେ ଜମି ବ୍ୟବସାୟୀଙ୍କୁ ଦଳ ପ୍ରାର୍ଥୀ କରିବା, ତାହାହିଁ ହୋଇଛି | ଉତ୍ତରରୁ ଜଣେ ବ୍ୟବସାୟୀ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀକରିଛି | ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଅଭିସନ୍ଧିରେ ସଫଳ ହୋଇଛନ୍ତି | ତାଙ୍କ ଚାପ ଆଗରେ ଦଳ ତାଙ୍କୁ ଖଣ୍ଡପଡ଼ା ଆସନ  ଲଢ଼ିବାକୁ ଦଳୀୟ ପ୍ରାର୍ଥୀ କରିଛି | ସେହିପରି ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ପାଳଲହଡାରୁ ମୁକେଶ ପାଲ, କୋରେଇରୁ ବବି ଦାସଙ୍କ ସମର୍ଥିତ ପ୍ରାର୍ଥୀ ଅଶୋକ  ବଳଙ୍କୁ ପ୍ରାର୍ଥୀ କରାଯାଇଛି | ସେହିପରି ଆଠମଲ୍ଲିକରୁ ରମେଶ ସାଏଙ୍କୁ ଦଳ ପ୍ରାର୍ଥୀ କରିଛି |

 

Leave A Reply

Your email address will not be published.