ଜନଶୁଣାଣିରେ ୨ ଚାଷୀଙ୍କ ବିଷ ପିଇବାକୁ ଉଦ୍ୟମ ।

7

ବେଆଇନ୍ ଚିଙ୍ଗୁଡ଼ି ଘେରିକୁ ବିରୋଧ କରି ଜୋରଦାର ପ୍ରତିବାଦ, ଦୁଇ ଚାଷୀଙ୍କୁ କାବୁ କଲା ପୋଲିସ ।

କେନ୍ଦ୍ରାପଡା:10,08 (ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ରାଜନଗର ବ୍ଲକ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ବେଆଇନ୍ ଚିଙ୍ଗୁଡ଼ି ଘେରିକୁ ବିରୋଧ କରି ଦୁଇ ଚାଷୀ ବିଷ ପିଇବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଉପସ୍ଥିତ ପୋଲିସ ତୁରନ୍ତ ଦୁଇ ଚାଷୀଙ୍କୁ କାବୁ କରିଥିଲେ। ସୂଚନା ଅନୁସାରେ, ତାଳଚୁଆ ଓ ଢୋଲମରା ଗାଁର ଦୁଇ ଚାଷୀ ବେଆଇନ୍ ଚିଙ୍ଗୁଡ଼ି ଘେରିକୁ ନେଇ ପ୍ରତିବାଦ କରିବା ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚିଥିଲେ। ଜନଶୁଣାଣି ଚାଲିଥିବା ସମୟରେ ସେମାନେ ବେଆଇନ୍ ଚିଙ୍ଗୁଡ଼ି ଘେରିକୁ ନେଇ ନିଜର ପ୍ରତିବାଦ ଜଣାଇଥିଲେ।
ଏହି ସମୟରେ ଦୁଇ ଚାଷୀ ବିଷ ପିଇବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ମୁତୟନ ଥିବା ପୋଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଉଭୟଙ୍କୁ କାବୁ କରି ନେଇଥିଲେ। ଏହି ଘଟଣାକୁ ନେଇ ଜନଶୁଣାଣି ସ୍ଥଳରେ କିଛି ସମୟ ପାଇଁ ଚର୍ଚ୍ଚା ଓ ଉତ୍ତେଜନା ପ୍ରକାଶ ପାଇଥିଲା। ବେଆଇନ୍ ଚିଙ୍ଗୁଡ଼ି ଘେରିକୁ ନେଇ ଦୁଇ ଚାଷୀଙ୍କ ଏଭଳି ତୀବ୍ର ପ୍ରତିବାଦ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀମାନଙ୍କ ଅଭିଯୋଗ ଓ ଦାବି ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ନଜର ରହିଛି।

Leave A Reply

Your email address will not be published.