ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

9
  • ;ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତରେ ବିଲୟକୁ ବିରୋଧ ;
  • ପୂର୍ବବତ ଯୋଜନା ଚାଲୁ ରଖିବା ସହ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ ପାଇଁ ଦାବି |

ବାସୁଦେବପୁର – ତା ୧୦/୮ ; ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରାଯିବା ପ୍ରୟାସକୁ ଓଡ଼ିଶା ସାମ୍ବାଦିକ ସଂଘ (ଅଜେୟୁ) ଭଦ୍ରକ ଜିଲ୍ଲା ୟୁନିଟ ପକ୍ଷରୁ ବିରୋଧ କରାଯାଇଛି | ଏନେଇ ବାସୁଦେବପୁର ରେ ଆୟୋଜିତ ଜନ ଶୁଣାଣି ଶିବିର ରେ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି |
ଦାବିପତ୍ରରେ କୁହାଯାଇଛି ଯେ, କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରାଯିବା ନେଇ ଚାଲିଥିବା ପ୍ରକ୍ରିୟା ସାମ୍ବାଦିକ ମହଲରେ ଦୁଃଖ ଓ କ୍ଷୋଭ ସୃଷ୍ଟି କରିଛି | ସଂଘ ପକ୍ଷରୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବତ ସ୍ୱତନ୍ତ୍ର ଭାବେ ଜାରି ରଖାଯିବା ସହ ସାମ୍ବାଦିକ ମାନଙ୍କ ପିତାମାତାଙ୍କୁ ମଧ୍ୟ ବୀମା ଯୋଜନାରେ ସାମିଲ କରାଯାଉ ବୋଲି ଦୃଢ଼ ଦାବି କରାଯାଇଛି |
ସରକାର ଏହି ଦାବି ଉପରେ ତୁରନ୍ତ ସ୍ପଷ୍ଟ ଓ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି କିମ୍ବା ବିବୃତି ଜାରି ନକଲେ, ଅଜେୟୁ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି | ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଙ୍ଘ ପକ୍ଷରୁ ସଭାପତି ଜ୍ଞାନ ପାଣି, ଲକ୍ଷ୍ମି କାନ୍ତ ନାଥ, ପ୍ରଭାତ ବିଜୟ, ବାସୁଦେବପୁର ସଂଯୋଜକ ସତ୍ୟ ସୁନ୍ଦର ରାଉତ, ସହ ସଂଯୋଜକ ପ୍ରତାପ କୁମାର ପାଢ଼ୀ, ବୈ ଲୋଚନ ସାହୁ,ଗୌତମ ଦେ, ପ୍ରଶାନ୍ତ ଦାସ, ରଞ୍ଜନ ମଲ୍ଲିକ, ସୂର୍ଯ୍ୟୋଦୟ ବିଶ୍ବାଳ,ଆନନ୍ଦ ରାଉତ, ସର୍ବେଶ୍ୱର ଜେନା, ଉଦୟ ଜେନା, ମୋହନ ମହାକୁଡ଼ , ତପନ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.