ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାତି ଚୋଟ

9

, ଅଭିଯୋଗକାରୀ ଗୁରୁତର ଅଭିଯୁକ୍ତ ଗିରଫ,ଗୁରୁତର ଭୁବନେଶ୍ୱରରେ ଚିକିତ୍ସାଧୀନ,


ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର):
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଡହଙ୍ଗି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଧାରୁଆ କାତିରେ ଆକ୍ରମଣ ଅଭିଯୋଗ ହୋଇଛି। ଏହି ଘଟଣାରେ ଡହଙ୍ଗି ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଆକ୍ରମଣରେ ଆହତ ଅଭିଯୋଗକାରୀ ଦୋଳଗୋବିନ୍ଦ ପାଣିଗ୍ରାହୀ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦୋଳଗୋବିନ୍ଦ ବ୍ୟବସାୟ ସମ୍ପର୍କିତ କାମରେ ଦୋକାନକୁ ଯାଉଥିଲେ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ଘର ନିକଟରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ରାସ୍ତାକୁ ନେଇ ବଚସା ହୋଇଥିଲା। ପରେ ପୂର୍ଣ୍ଣଚନ୍ଦ୍ର ଏକ ଧାରୁଆ କାତିରେ ଆକ୍ରମଣ କରିଥିବା ଦୋଳଗୋବିନ୍ଦ ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଘଟଣା ସମୟରେ ଅଭିଯୁକ୍ତ ପୂର୍ବ ଘଟଣାକୁ ନେଇ ଧମକ ଦେଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଖବର ପାଇ ଦୋଳଗୋବିନ୍ଦଙ୍କ ବଡ଼ଭାଇ ସତ୍ୟସୁନ୍ଦର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ। ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଏନେଇ ଦୋଳଗୋବିନ୍ଦ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୫୨/୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣା ପରେ ପୋଲିସ ୧୧୨ ଗାଡ଼ି ଯୋଗେ ଘଟଣାସ୍ଥଳକୁ ଯାଇ ଦୋଳଗୋବିନ୍ଦଙ୍କ ପରିବାରକୁ ସୁରକ୍ଷା ଯୋଗାଇଥିବା ଜଣାପଡ଼ିଛି। ତଦନ୍ତ ପରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ନାମଞ୍ଜୁର ହେଲେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.