ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ହାଡ଼ଭାଙ୍ଗି ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ପୋଲିସ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସଆଇ ମନୋଜ ପାଢ଼ୀ ଙ୍କ ମୃତ୍ୟୁ ଘଟିଛି।
ସୁଚନା ଅନୁଯାୟୀ, ଏଏସଆଇ ମନୋଜ ପାଢ଼ୀ ବାଇକ୍ ଯୋଗେ ଗୁଣୁପୁର ଅଭିମୁଖେ ଯାଉଥିବା ବେଳେ ହାଡ଼ଭାଙ୍ଗି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକେଲ ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲ। ଧକ୍କା ଏତେ ଜୋରଦାର ଥିଲା ଯେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ସମୟରେ କାଶୀନଗର ତହସିଲଦାର ଓ ଉପଜିଲ୍ଲାପାଳ ଏସଆଇଆଉ’ କାର୍ଯ୍ୟରେ ହାଡ଼ଭାଙ୍ଗି ଅଭିମୁଖେ ଯାଉଥିଲେ । ଦୁର୍ଘଟଣା ଦେଖି ସେମାନେ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଇବା ସହ କାଶୀନଗର ପୋଲିସକୁ ଖବର ଦେଇଥିଲେ. ଖବର ପାଇ କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ମନୋଜ ପାଢ଼ୀଙ୍କୁ ଉଦ୍ଧାର କରି ପାରଲାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ତିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅକାଳ ବିୟୋଗରେ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । କାଶୀନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post