“ଶବ୍ଦ ନିଶବ୍ଦର” ଉନ୍ମୋଚିତ

11

ନବରଙ୍ଗପୁର ସହର ମଧ୍ୟସ୍ଥ ସିଦ୍ଧି ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ମଧ୍ୟରେ ଶତାଧିକ ସାହିତ୍ୟ ପ୍ରେମୀ ଙ୍କ ଉପସ୍ଥିତିରେ କବି ପର୍ଶୁରାମ ସାହୁ ଙ୍କ କବିତା ପୁସ୍ତକ “ଶବ୍ଦ ନିଶବ୍ଦର” ଉନ୍ମୋଚନ ହୋଇ ଯାଇଛି। ସିଦ୍ଧି ବିନାୟକ ଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରାଯିବା ସହ ଅତିଥି ଙ୍କୁ ଫୁଲତୋଡ଼ା ବେଚ୍ ଏବଂ ଉପଢୋକନ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା । ପ୍ରାରମ୍ଭିକ ସଙ୍ଗୀତ ସୁଶ୍ରୀ ଶୁଭଶ୍ରୀ ମହାନ୍ତି ଗାନ କରିଥିଲେ। ପୂର୍ବାହ୍ନ ୧୦ ଘଟିକା ସମୟରେ ସଭାରେ ମଞ୍ଚାସିନ ସଭାପତି ସରୋଜ ତ୍ରିପାଠୀ,ମୁଖ୍ୟ ବକ୍ତା ସୁଧିରାଜ ରାଉତ, ମୁଖ୍ୟ ଅତିଥି ବିଜୟ କୁମାର ଚୌଧରୀ,ସମ୍ମାନିତ ଅତିଥି ନିରଞ୍ଜନ ମିଶ୍ର,ସମ୍ମାନିତ ଅତିଥି ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ସମୀକ୍ଷକ କନକଲତା ମହାକୁଡ଼,ସଂଯାଯୋକ ନାଟ୍ୟକାର ଜଗନ୍ନାଥ ବେହେରା ଏବଂ କବି ପର୍ଶୁରାମ ସାହୁ ଓ ତାଙ୍କର ସହଧର୍ମିଣୀ ରତ୍ନମଞ୍ଜରୀ ନାୟକ ଙ୍କ କରକମଳରେ ପୁସ୍ତକଟି ଆତ୍ମା ପ୍ରକାଶ ଲାଭ କରିଥିଲା। ସମୀକ୍ଷକଙ୍କ ବ୍ୟବଚ୍ଛେଦ ଅନୁଯାଇ କବିତା ଗୁଡ଼ିକ ପଲ୍ଲୀ -ଦିଲ୍ଲୀ, ବଣ ଜଙ୍ଗଲ ଝରଣା – ଆକାଶ ପବନ, ମେଘ, ଆଧ୍ୟାତ୍ମିକ ଏବଂ ବାସ୍ତବ ଜୀବନ ଉପରେ ଆଧାରିତ । ମୁଖ୍ୟ ବକ୍ତା ସୁଧିରାଜ ରାଉତ ଙ୍କ କହିବା ଅନୁଯାୟୀ ନିଶବ୍ଦ କହି ହେଉ ନଥିବା ଅନେକ ଅକୁହା କଥା ଶଦ୍ଧର ଝୁଣୁ ଝୁଣୁ ନାଦରୁ ବାରି ହେଇ ଯାଉଥିଲା କବିତା ମାଧ୍ୟମରେ। ସମ୍ମାନିତ ଅତିଥିଗଣ, କବିଙ୍କର ଗାଳ୍ପିକ,ଚିତ୍ରପଟ୍ଟଏବଂ ରେଡିଓ ପ୍ରସାରିତ ନାଟକ,କବିତା ଏବଂ ବ୍ୟକ୍ତିଗତ ଓ ଶିକ୍ଷକତା ଜୀବନ ର ସରଳତା ଉପରେ ଆଲୋକପାତ କରିଥିଲେ। ସଭାପତି ଶ୍ରୀ ତ୍ରିପାଠୀ କବି ଜଣେ ଦରଦୀ ମଣିଷ ଯିଏ ଅନ୍ୟର ହୃଦୟ କଥା କୁ ପଢ଼ିପାରେ ବୋଲି କହିଥିଲେ। ନୀରବ ଅଶ୍ରୁ,ନୀରବ ଆଖି,ଭୋକିଲା ପେଟ,,ପ୍ରିୟାର ଓଠ,ଆଉ ଅନେକ ଠାର ଓ ଇଙ୍ଗିତ ର ନିଶବ୍ଦ ଗୁଡ଼ିକ ସମାଜ ବକ୍ଷରେ ଆନ୍ଦୋଳନ ସୃଷ୍ଟି କରି ଦେବା କଥା ଲେଖକଙ୍କ କଲମ ମୁନ କହିଛି ବୋଲି ବକ୍ତା ମାନେ କହିଥିଲେ। ସୁରେଶ ମିଶ୍ର ପୁସ୍ତକର ଏକ କବିତା କୁ ସ୍ୱର ତାଳ ଦେଇ ସୁଲଳିତ କଣ୍ଠରେ ଗାନ କରିଥିଲେ। ଅନେକ କବି ଏବଂ ନାରୀ କବି “ଶବ୍ଦ ନିଷବ୍ଦର” କବିତା ଗୁଡ଼ିକ ନିଜ ନିଜ ଷ୍ଟାଇଲ ରେ ଆବୃତ୍ତି କରିଥିଲେ। ଉପସ୍ଥିତି ସାହିତ୍ୟପ୍ରାଣା ଙ୍କ ମଧ୍ୟରେ ରଘୁନାଥ ପାତ୍ର,ସ୍ମୁତି ପଣ୍ଡା, ଶ୍ରୀଧର ଶତପଥୀ,ଅଜୟ କୁମାର ମହାନ୍ତି, ଜେମାମଣି ବିଶୋୟୀ, ମନୋଜ ପଟ୍ଟନାୟକ,ଅଶୋକ ପଟ୍ଟନାୟକ,ଜାହ୍ନବୀ ପଣ୍ଡା,ସ୍ୱର୍ଣ୍ଣଲତା ପଟ୍ଟନାୟକ,ଗଣେଶ ଦାଶ, ସ୍ମୂତୁପ୍ରୀୟା ନାୟକ,ଜଗନ୍ନାଥ ଦାଶ,ହୁର୍ଶିକେଶ ଦାଶ,ଗୋପାଳ ପାଣିଗ୍ରାହୀ ,ରାମ ପ୍ରସାଦ ପାତ୍ର, ନରେଶ କୁମାର ସ୍ୱାଇଁ ସାନୁଜ ପାତ୍ର,ବସନ୍ତିଲତା ଜେନା, ପ୍ରଫୁଲ୍ଲ ପୁହାଣ,ହରିହର ନାୟକ ,ରଘୁନାଥ ରଥ, ବିଭୁଦତ ସେଠି,ହେମଲତା ମାଝୀ, ଗୀତା ଦାଶ,ଶିବ ଶଙ୍କର ତ୍ରିପାଠୀ, ଦୁର୍ଗା ପ୍ରଧାନୀ , ଅଜୟକେତନ ଦାସ, ପି ରବିକାନ୍ତ ଏବଂ ରମଣୀ ରଂଜନ ନାୟକ ,ନିତ୍ୟାନନ୍ଦ ମହାନ୍ତି ,କ୍ଷୀରୋଦ ପତି, ହରେକୃଷ୍ଣ ଆଚାରୀ, ଚିତ ରଂଜନ ପଟ୍ଟନାୟକ,ମନୋରଞ୍ଜନ ପ୍ରହରାଜ ଅଶୋକ ସାହୁ, ଦୁର୍ଗାପ୍ରସାଦ ପାଢ଼ୀ ରଘୁନାଥ ରଥ ପ୍ରମୁଖ ସହିତ ଅନେକ ସୂବେଛୁ ଯୋଗ ଦେଇଥିଲେ। ଶେଷରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ର ସମ୍ପାଦକ ଶ୍ରୀ ରଜନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.