ରାଉରକେଲାରୁ ବିଶ୍ୱ ମଞ୍ଚକୁ Team One Crewର ସଫଳତା

0 5

ଥାଇଲ୍ୟାଣ୍ଡରେ ଭାରତ ପାଇଁ 1st Runner-Up, ଏବେ ଚୀନରେ ଆନ୍ତର୍ଜାତୀୟ ଚାମ୍ପିଅନଶିପ୍‌ରେ କରିବେ ପ୍ରତିନିଧିତ୍ୱ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): କଠିନ ପରିଶ୍ରମ, ଦୃଢ଼ ସଙ୍କଳ୍ପ ଏବଂ ନୃତ୍ୟ ପ୍ରତି ଅକୁଣ୍ଠ ନିଷ୍ଠା ବଳରେ ରାଉରକେଲାର Team One Crew ଆଜି ଜାତୀୟ ସୀମା ଟପି ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଗୌରବ ବଢ଼ାଇଛି। ୨୦୧୬ ମସିହାରେ ଶ୍ରୀ ଦିଲେଶ୍ୱର ହେସାଙ୍କ ନେତୃତ୍ୱରେ ଗଠିତ ଏହି ଦଳ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ GLX World Championship–2026ରେ ଭାରତକୁ ପ୍ରତିନିଧିତ୍ୱ କରି 1st Runner-Up ସମ୍ମାନ ହାସଲ କରିଛି।

ଏହି ସଫଳତା ପରେ ଦଳଟି ଚୀନରେ ଆୟୋଜିତ ହେବାକୁ ଥିବା International Dance Championshipରେ ଭାରତର ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କରିଛି। ଏହା ରାଉରକେଲା ସହ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ।

Team One Crew ପୂର୍ବରୁ India’s Got Talent Season–9, Dance Plus Season–6ର ଷ୍ଟୁଡିଓ ରାଉଣ୍ଡ ଏବଂ Dhee–15ର ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ନିଜ ପ୍ରତିଭାର ପରିଚୟ ଦେଇସାରିଛି। ଜାତୀୟ ସ୍ତରର ଅନେକ ପ୍ରତିଯୋଗିତାରେ ବିଜୟୀ ହେବା ସହ ବିଶ୍ୱସ୍ତରୀୟ ବିଚାରକଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରି ଦେଶ ପାଇଁ ସମ୍ମାନ ଆଣିଛି।

ଦଳର ଏହି ସଫଳ ଯାତ୍ରାରେ Adarsha Yuba Parishad Teamର ସଦସ୍ୟମାନେ ନିରନ୍ତର ସହଯୋଗ କରିଆସୁଛନ୍ତି। ବିଶେଷକରି ଅଂଶୁମାନ ପାତ୍ର, ଶିଲୋଙ୍ଗ ଲାଲ, ସତ୍ୟ ସୁନ୍ଦର ପାତ୍ର ଓ ପ୍ରକାଶ ମହାକୁଳଙ୍କ ସହଯୋଗ ଉଲ୍ଲେଖନୀୟ।

ଏହି ଅବସରରେ ଝଙ୍କାର ହଲ୍, ସେକ୍ଟର–୨୦, ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସଦସ୍ୟ, ପରିଚାଳନା କମିଟି, ସହଯୋଗୀ ସଂଗଠନ ଓ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।

ବିଜେତା ଦଳର ସଦସ୍ୟମାନେ: ଆୟୁଷ୍ମାନ ଇନୋବଏ, ରାଜୁ ମାଝୀ, ଲଲାଟେନ୍ଦୁ ସୁନା, ପ୍ରିୟଙ୍କା ମିଞ୍ଜ, ସୁମିତ ବାଗ, ଚନ୍ଦନ କାନ୍ହାର, ବିଶ୍ୱରଞ୍ଜନ ନାୟକ, ସାୱନ କୁମାର ପରିଡା ଓ ଆଦିତ୍ୟ କୁମାର।

ଦଳର ପ୍ରତିଷ୍ଠାତା ଶ୍ରୀ ଦିଲେଶ୍ୱର ହେସା ଏବଂ କୋରିଓଗ୍ରାଫର ଆୟୁଷ୍ମାନ ଇନୋବଏ କହିଛନ୍ତି ଯେ, ଆଗାମୀ ୨୮ ଜୁଲାଇରେ ଚେନ୍ନାଇରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପରେ ଦଳଟି ଚୀନରେ ଆୟୋଜିତ International Dance Championshipରେ ଭାରତର ପ୍ରତିନିଧିତ୍ୱ କରିବ।

“ପ୍ରତିଭା ମଞ୍ଚ ପର୍ଯ୍ୟନ୍ତ ନେଇଯାଏ, କିନ୍ତୁ ପରିଶ୍ରମ ହିଁ ଶିଖରରେ ପହଞ୍ଚାଏ”—ଏହି ବିଶ୍ୱାସକୁ ସାର୍ଥକ କରି Team One Crew ରାଉରକେଲାର ଗର୍ବ ଓ ଯୁବପିଢ଼ୀଙ୍କ ପାଇଁ ଏକ ପ୍ରେରଣା ପାଲଟିଛି।

Leave A Reply

Your email address will not be published.