ଡାବୁଗାଁ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0 7

ନବରଙ୍ଗପୁର, ତା. ୨୭.୦୭.୨୦୨୬: ଆଜି ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି, ବନଖଣ୍ଡ ଅଧିକାରୀ ଉଦୟନ୍ ସୁବୁଦ୍ଧି, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।

ଆଜିର ଶିବିରରେ ମୋଟ ୨୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୬ଟି ବ୍ୟକ୍ତିଗତ ଏବଂ ୭ଟି ସାମୂହିକ/ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ପ୍ରାପ୍ତ ଅଭିଯୋଗମାନଙ୍କ ମଧ୍ୟରୁ ୨ଟି ଅଭିଯୋଗର ସମାଧାନ ଘଟଣାସ୍ଥଳରେ କରାଯାଇଥିବାବେଳେ ୧ ଜଣ ଆବେଦନକାରୀଙ୍କୁ ରେଡକ୍ରସ ସହାୟତା ପ୍ରଦାନ ପାଇଁ ମଞ୍ଜୁର କରାଯାଇଥିଲା।

ଅବଶିଷ୍ଟ ୨୧ଟି ଅଭିଯୋଗକୁ ଜନ ଶୁଣାଣି ପୋର୍ଟାଲରେ ପଞ୍ଜୀକୃତ କରାଯାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଫଇସଲା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପ୍ରେରଣ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ସୁନିଶ୍ଚିତ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗଗୁଡ଼ିକର ଫଇସଲା କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

Leave A Reply

Your email address will not be published.