କେନ୍ଦ୍ରାପଡା:୨୫/୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଖମଳ ପଞ୍ଚାୟତ ଅଞ୍ଚଳରେ ଡ୍ୟାନ୍ସ ଗ୍ରୁପ୍ ଚଳାଇବା ଆଳରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ଜଣେ ଯୁବତୀଙ୍କ ସହ ୨ ଜଣ ଯୁବକଙ୍କୁ ଧରିଥିବା ବେଳେ, ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଏକ ଘରକୁ ଡ୍ୟାନ୍ସ ଗ୍ରୁପ୍ ଚଳାଇବା ଆଳରେ ଭଡ଼ା ନିଆଯାଇଥିଲା। ସେଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟ ଚାଲିଥିବା ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଥିଲା। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଘରେ ସନ୍ଦେହଜନକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ପାଇ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ପରେ ଡେରାବିଶ ପୁଲିସକୁ ଖବର ଦିଆଯାଇଥିଲା।
ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ଯୁବତୀଙ୍କ ସହ ୨ ଜଣ ଯୁବକଙ୍କୁ ଧରିଥିଲା। ପରେ ଏହି ଘଟଣାରେ ୨ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଯୁବତୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅନ୍ୟପକ୍ଷରେ ଏହି ଘଟଣାର ମୁଖ୍ୟ ବ୍ୟକ୍ତି ଫେରାର ଥିବା ଜଣାପଡ଼ିଛି। ଘଟଣାର ସତ୍ୟାସତ୍ୟ ନେଇ ଡେରାବିଶ ପୁଲିସ ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.