ଭାରସାମ୍ୟ ହରାଇ ୭ଫୁଟ ରାସ୍ତା ତଳକୁ ଖସିଲା ବସ,ଅଲ୍ପକେ ବର୍ତିଲେ ଯାତ୍ରୀ

0

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଗାଇସିଲେଟ ପଟୁ ପଦ୍ମପୁର ଅଭିମୁଖେ ଆସୁଥିବା ଗୌରବ ନାମକ ଏକ ଘରୋଇ  ବସ (OR 17 J 6263)ଭୋର ସକାଳ ୬ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।ବସଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ବାଡେଇ ହେବାପରେ ରାସ୍ତାରୁ ପ୍ରାୟ ୭ଫୁଟ ତଳେ ଥିବା ଏକ ବିଲକୁ ଖସି ଯାଇଥିଲା।ବସ ରେ ପ୍ରାୟ ୨୦ଜଣ ଯାତ୍ରୀ ଥିବାବେଳେ ମହିଳା ଓ ପୁରୁଷ ସମେତ ୧୫ଜଣ ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଆଘାତପ୍ରାପ୍ତ ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ଲୋକେ ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଥିଲେ।ଗାଇସିଲେଟ ରୁ ଭୋର ୫.୩୦ରୁ ବାହାର ସମ୍ବଲପୁର ଯାଉଥିବା ଏହି ବସରେ ଚାଳକର ବେପରବା ଗାଡି ଚାଳନା ଫଳରେ ଉକ୍ତ ଦୁର୍ଘଟଣା ଘଟିଲା ବୋଲି ଯାତ୍ରୀ ମାନେ ମତବ୍ୟକ୍ତ କରିଛନ୍ତି।

 

Leave A Reply

Your email address will not be published.