ଅଠର ଦେଉଳରେ ପୂଜାସ୍ଥଳର ସୁରକ୍ଷା ଓ ଅନ୍ୟ ଦାବି ନେଇ ବାଥୁଡି ଜନଜାତି ରାଜରାସ୍ତାରେ 

0

ବାରିପଦାରୁ ଦିଲ୍ଲୀପ ମହାନ୍ତି 

ମୟୂରଭଞ୍ଜ ବାଥୁଡି ସ୍ୱାଭିମାନ ଯାତ୍ରା ବଡାମ ବାହିନୀ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବଡ଼ାମ ବାହିନୀର ଆବାହକ ରୂପେଶ କୁମାର ଗିରିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ପାରମ୍ପରିକ ବାଦ୍ୟନୃତ୍ୟ ସହ ହାତରେ ବିଭିନ୍ନ ପ୍ଲେକାଡ଼ଙ ଓ ସ୍ଲୋଗାନମାନ ଦେଇ ଛଉପଡ଼ିଆ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ବାଥୁଡ଼ି ସମ୍ପ୍ରଦାୟର ଧର୍ମପୀଠ ଅଠର ଦେଉଳ ପୂଜା ସ୍ଥଳର ସୁରକ୍ଷା ସହ ଅଠର ଦେଉଳରେ ଅନ୍ୟମାନଙ୍କ ଅନଧିକାର ପ୍ରବେଶ ଓ ବଳପୂର୍ବକ ପୂଜାପାଠର ପ୍ରତିବାଦ, ସେମାନଙ୍କ ପୂଜା ସ୍ଥଳ ଉପରେ ଅନ୍ୟମାନଙ୍କ ହସ୍ତକ୍ଷେପ , ପୂଜା ସ୍ଥଳର ପବିତ୍ରତା ନଷ୍ଟ ହେଉଥିବା, ଜଙ୍ଗଲ ଅଧିକାର ଆଇନ ଅନୁସାରେ ବାଥୁଡି ଜନଜାତିର ଧର୍ମପୀଠ ଅଠର ଦେଉଳର ପଟ୍ଟା ପ୍ରଦାନ କରିବା, ମୟୂରଭଞ୍ଜ ସ୍ୱତନ୍ତ୍ର ବିକାଶ ପରିଷଦ ବାଥୁଡି ଜନଜାତି ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଆଦି ବିଭିନ୍ନ ଦାବିଗୁଡ଼ିକୁ ନେଇ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେହୁରୀ ସୁକାନ୍ତ ସାରୁ, ସନ୍ତୋଷ କୁମାର ଖଣ୍ଡେଇ, ଦିବାକର ନାଏକ, ବିନତୀ ନାଏକ, ରବୀନ୍ଦ୍ର ନାଏକ, ବିଜୟ କୁମାର ନାଏକ, ବାସନ୍ତୀ ଖଟୁଆ, ବାସନ୍ତୀ ନାଏକ, ବବିତା ଖଟୁଆ, ରଇବାରୀ ପାତ୍ର ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

http://www.youtube.com/watch?v=C6tcajYXwLk 

ବାଥୁଡି ଭଞ୍ଜ ଶାସନ ସମୟରୁ ମୟୁରଭଞ୍ଜରେ ରାଜ୍ୟର ମୂଳ ବାସିନ୍ଦା ହୋଇଥିବାରୁ ସେମାନଙ୍କ ସମସ୍ୟା ସମାଧାନରେ ମହାରାଜାଙ୍କ ହସ୍ତକ୍ଷେପ କରିବା ନିମନ୍ତେ ରାଜବାଟିକୁ ଯାଇଥିଲେ  ।।

Leave A Reply

Your email address will not be published.