ବିଜେଡ଼ିକୁ ଜୋରସା ଝଟକା ଧୀରେ ସେ…..

0

ଶଙ୍ଖ ଛାଡି ପଦ୍ମ ଧରିଲେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀ 

ନୂଆପଡ଼ା(ଅମିତ ପୁରୋହିତ) :  ସ୍ଥାନୀୟ ପୁଲିସ ପଡିଆ ରଙ୍ଗ ମଚଂରେ ବିଜେପିର ମିଶ୍ରଣ ପର୍ବ ରେ ନୂଆପଡ଼ା ଜିଲ୍ଲା ବିଜେଡି ପୂର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲା ଓଳିଲ ସଂଘ ସଭାପତି ପ୍ରଶନ୍ନ କୁମାର ପାଢୀ ବିଧିବଦ୍ଧ ଭାବେ ବିଜେପି ରେ ଶତାଧିକ ସମର୍ଥକ ଙ୍କ ସହିତ ବିଜେପି ରେ ମିଶିଲେ । ଶ୍ରୀ ପାଢୀ ନିଜ ବାସ ଭବନରେ ଏକ ସାମ୍ବାଦିକ ସମ୍ବିଳନୀ କରି  ନିଜ ସମର୍ଥକ ଙ୍କ ସହିତ ଏକ ଶୋଭାଯାତ୍ରାରେ  ମିଶ୍ରଣ ପର୍ବ ସ୍ଥଳକୁ ଆସି ଥିଲେ । ବିଜେଡିରୁ ନିଲମ୍ବିତ ହେବା ପରେ ଏବେ ବିଜେପିରେ ଅପରାହ୍ନରେ  ବିଜେପିର ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ସ୍ଥାନୀୟ ବିଧାୟକ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦାନ କରିଥିଲେ । ଜଣେ ଲଢୁଆ ନେତା ଭାବେ ଜିଲ୍ଲାରେ ପ୍ରସନ୍ନ ପାଢୀଙ୍କ ବେଶ୍ ଖ୍ୟାତି ରହିଛି । ତେବେ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବିଜେପିରେ ତାଙ୍କର ଯୋଗଦାନ ନୂଆପଡ଼ା ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।ତାଙ୍କୁ ପଚାରିବା ରୁ ସେ କହିଥିଲେ ଯେ ନରେନ୍ଦ୍ର ମୋଦି ଙ୍କ ସ୍ୱଚତା ଶାସନ ଓ ଦେଶ ପ୍ରେମ ମତେ ବିଜେପି କୁ ଟାଣି ଆଣିଲା ମୁଁ ନିସ୍ୱର୍ଥରେ ବିଜେପି ରେ ଯୋଗ ଦେଇଛି ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ଶ୍ରୀ ପାଢୀ ୫ ଥର ପାଇଁ ଦୀର୍ଘ ୧୭ ବର୍ଷ ଯାଏ ଦଳର ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇଥିଲେ । ୨୦୦୭ ଜିଲ୍ଲା ପରିଷଦ ଜୋନ୍-୩ରୁ ବିଜୟୀ ହୋଇ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ  । ତେବେ ଦଳ ବିରୋଧୀ କାମ ଅଭିଯୋଗରେ ୨୦୧୭ ଏପ୍ରିଲ ୨୮ ରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏବେ ଜିଲ୍ଲା ଓକିଲ ସଂଘ ସଭପତି ଭାବେ ୧୫ ବର୍ଷ ଓ ଜିଲ୍ଲା ଆଥ୍ଲେଟିକ ଏସୋସିଏସନ୍ ସମ୍ପାଦକ ଭାବେ ୧୭ ବର୍ଷ ହେଲା କାର୍ଯ୍ୟ ତୁଲାଇ ଆସୁଛନ୍ତି । ସେ ବିଜେଡି ଦଳରେ ଥିବା ସମୟରେ ନୂଆପଡ଼ା  ନିର୍ବାଚନ ମଣ୍ଡଳୀର ସର୍ବାଧିକ ଗାଁରେ ନିଜର ସଂଗଠନ ଭାବେ ପରିଚିତି ହୋଇଥିଲେ । ବିଜେଡିକୁ ବହିଷ୍କାର ପରେ ବି ନିଜ କର୍ମୀ  ଓ ସର୍ଥକଙ୍କୁ ଏକ୍ଜୁଟ କରିବା ପାଇଁ ବିଭିନ୍ନ ସମୟରେ ସଭାସମିତି କରି ସଂଗଠନକୁ ମଜବୁତ କରି ଚାଲିଥିଲେ ।  ତାଙ୍କ ସାଥୀରେ ପୂର୍ବତନ ବିଜେଡି ଛାତ୍ର ସଭାପତି ହେମନ୍ତ କର, ଗୁଣବନ୍ତ ରଥ, ଭବନେ ନାୟକ, ଅଶ୍ୱିନୀ ମଲ୍ଲିକ, ସବୁ କଟା ଝିନୁ ସାହୁ, ଯତିଶ ରାଉତ, ଶରତ ଚନ୍ଦ୍ର ପାଣିଗ୍ରହୀ, ଅଲେଖ ଦୀପ, ପିଣ୍ଟୁ ପୁରୋହିତ, ତାରାଚନ୍ଦ ଅଗ୍ରୱାଲ, ପ୍ରେମଲାଲ ନାୟକ, ବୁଟୁ ରାଉତ, ଠାକୁର ଜଗତ, ମୋହନ ମାଝୀ, ପଦୁ ପୁଞି, ଗଙ୍ଗା ମାଝୀ, ଦିନେଶ ନାୟକ, ବୈଷମପାନ ସାହୁ ପ୍ରମୁଖ  ଓ ଶତାଧିକ ସମର୍ଥକ ସାମିଲ ହୋଇଥିଲେ । 

 

Leave A Reply

Your email address will not be published.