ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ 

0

ନୂଆପଡ଼ା:  ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଡିଆରଡିଏ ପିଡି ବୃଷଭଚନ୍ଦ୍ର ନାଏକ, ଏପିଡି ଛାନ୍ଦାରାଣୀ ସାହୁ, ଡିପିଓ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପରିଷଦ ସଭ୍ୟା ଭୁଗୁଲି ସୁନାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଡିଆରଡିଏ ବରିଷ୍ଠ  କିରାଣି ବିଭୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ହିିଁ ଉନ୍ନତି ସମ୍ଭବ । ଏହି ବ୍ୟବସ୍ଥାରେ ପଞ୍ଚାୟତ ପ୍ରତିନିଧିଙ୍କୁ ସମ୍ପୁର୍ଣ୍ଣ କ୍ଷମତା ମିଳିବା ଦ୍ୱାରା ପଞ୍ଚାୟତ ସ୍ତରରୁ ବିକାଶ ସମ୍ଭବ ହୋଇ ପାରିଛି । ଗ୍ରାମାଞ୍ଚଳର ତଳ ସ୍ତରର ଲୋକେ ସରକାରୀ ଯୋଜନାର ସୁଫଳ ପାଇ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟ ଅତିଥି ପ୍ରଧାନ ଉଦବୋଧନ ଦେଇଥିଲେ । ବିଜୁ ଯୁବ ବାହିନୀ ତରଫରୁ ସଦର ବ୍ଲକ ଦର୍ଲିମୁଣ୍ଡାର ପରୀକ୍ଷିତ ଖସେଲ, ଖଡିଆଳ ବ୍ଲକ ବାଦୀ ଗାଁର ପରୀକ୍ଷିତ ସୁନାନୀଙ୍କୁ ଅତିଥି ମାନେ ପୁରସ୍କୃତ  କରିଥିଲେ । ଏହି ଅବସରରେ ଉନ୍ନୟନ ମୁଳକ କାର୍ଯ୍ୟର ଜନ ସଚେତନ ସୃଷ୍ଟି କରିବା ପାଇଁ ଡିଆରଡିଏର ଗ୍ରାମୀଣ ଆବାସ, ଜିଲ୍ଲା ସ୍ୱାସ୍ଥ୍ୟ ମିସନ, ଜିଲ୍ଲା ଜଳ ଓ ପରିମଳ, ମିଶନ ଶକ୍ତି ଭଳି ବିଭିନ୍ନ ବିଭାଗର ଷ୍ଟଲ ଲାଗିଥିଲ । ପାଲା ମାଧ୍ୟମରେ ଏକ ସଚେତନ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଡିଆଇପିଆରଓ ଅଜୟ ପଟ୍ଟନାୟକ, ରାଜୁ ବହିଦାର, ଅନିଲ ଦାସ, ତେଜପାଲ ଦଣ୍ଡସେନା, ମୁକେଶ ଯୋଷୀ, ପ୍ରବିଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ସୁନିଲ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ଚିନିଲାଲ ସାହୁ, ସମାଜ ସେବୀ ଧନିରାମ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏଠାରେ ବ୍ଲକର ସମସ୍ତ ପଞ୍ଚାୟତରୁ ବିଜୁ ଯୁବ ବାହିନୀ ଯୁବକ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।   

Leave A Reply

Your email address will not be published.