ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ପାଳିତ

0 2

ଓଡ଼ଗାଁ ଥାନା ଠାରୁ ହାଟଛକ ପର୍ଯ୍ୟନ୍ତ ବାଇକ୍ ରାଲି ଅନୁଷ୍ଠିତ

ଓଡ଼ଗାଁ ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଡ.ବିଆର ଆମ୍ବେଦକର ସେବକସଂଘ, ନୟାଗଡ଼ ଏବଂ ଭିମ ଆର୍ମି ଭାରତ ଏକତା ମିଶନ ଆନୁକୂଲ୍ୟରେ ଭାରତରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଓଡ଼ଗାଁ ଥାନା ଠାରୁ ବାହାଡ଼ାଝୋଲା ମାଣିକପାଟଣା ହାଟଛକ ପର୍ଯ୍ୟନ୍ତ ମଙ୍ଗଳବାର ଏକ ବାଇକରାଲି ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲା ସଭାପତି ଚରଣ ନାୟକ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଆୟୋଜିତ ବାଇକ୍ ଶୋଭାଯାତ୍ରା ବାହାଡ଼ାଝୋଲା ହାଟ ପଡ଼ିଆ ଠାରେ ପହଞ୍ଚିବା ପରେ ଡ.ଭୀମରାଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏବଂ ରାଜ୍ୟ କାର୍ଯ୍ୟକାରି ସଭାପତି ଦଇତାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ଇଂ ପ୍ରମୋଦ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଭୁବନେଶ୍ୱର ନିଶ୍ବାସ କଲେଜ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମ୍ବିଧାନ ପ୍ରସ୍ତୁତରେ ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଆଲୋଚନା ରଖିଥିଲେ।କାର୍ଯ୍ୟକାରୀ ସଭାପତି ଗଣେଶ୍ୱର ନାୟକ, ସମ୍ପାଦକ କେଦାରନାଥ ନାୟକ, ସଂଘ ପରାମର୍ଶ ଦାତା ସୁବଳ ନାୟକ, ନାରିନେତ୍ରୀ ସୁମିତ୍ରା ନାୟକ, ଗଣିଆ ସଭାପତି ଝୁନୁବାଳା ନାୟକ, ଭୀମ ଆର୍ମିର ଜିଲ୍ଲା ସଭାପତି ଖିରୋଦ କୁମାର ନାୟକ,ଉପ ସଭାପତି କେଦାର ନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.