ଓଡ଼ଗାଁ ଆଦର୍ଶ ଥାନା ଓ ଶରଣକୁଳ ପୋଲିସ ଦ୍ବାରା ୪ ପିଡ଼ିତା ଉଦ୍ଧାର ଓ ପରିବାରକୁ ହସ୍ତାନ୍ତର

0 2

ଓଡ଼ଗାଁ ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଏବଂ ଶରଣକୁଳ ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ଅପହୃତା ହୋଇଥିବା ୪ ଜଣ ପିଡ଼ିତା ବାଳିକାଙ୍କୁ ଉଭୟ ଥାନା ପୋଲିସ ଉଦ୍ଧାର କରି ଆବଶ୍ୟକ ପ୍ରକ୍ରିୟା ଶେଷ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଶରଣକୁଳ ପୋଲିସ ଜଣେ ବାଳିକାଙ୍କୁ ଫତେଗଡ ଥାନା ଜଗନ୍ନାଥ ପ୍ରସାଦ ଫାଣ୍ଡି ଅଞ୍ଚଳରୁ ଏବଂ ଅନ୍ୟ ଜଣଙ୍କୁ ଭୁବନେଶ୍ୱର ଉତ୍ତରା ଅଞ୍ଚଳରୁ ଉଦ୍ଧାର କରିଥିବା ବେଳେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ନୟାଗଡ଼ ନୂଆଗାଁ ଥାନା ଅଞ୍ଚଳରୁ ଏବଂ ଇଟାମାଟି ଥାନା ଅଞ୍ଚଳରରୁ ୨ ଜଣ ପିଡ଼ିତା ବାଳିକାଙ୍କୁ ଉଦ୍ଧାର କରିଛନ୍ତି।ସମ୍ପ୍ରତି ପରିବାରରେ ପାରିବାରିକ କଳହ,ଝଗଡ଼ା ଯୋଗୁଁ ଅଶାନ୍ତି ଲାଗି ରହିବା ଏବଂ ବାଳିକା ମାନେ ଅଳ୍ପ ବୟସରେ ପ୍ରେମ ଜାଲରେ ଫସିବା କାରଣରୁ ପ୍ରଥମେ ନିଖୋଜ ଓ ପରେ ଅପହରଣ ମାମଲା ରୁଜୁ ହେବା ଏବଂ ତା’ପରେ ପୋଲିସ ଦ୍ୱାରା ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରିବା ଏକ ନିତ୍ୟ ନୈମିତ୍ତିକ ଘଟଣାରେ ପରିଣତ ହୋଇଥିବା ବେଳେ ଏଥି ପ୍ରତି ଅଭିଭାବକମାନେ ସଞ୍ଜମତାସହକାରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି।

Leave A Reply

Your email address will not be published.