ଓଡ଼ଗାଁ (ବି) ଦଳକୁ ହରାଇ ରଙ୍ଗଣୀପାଟଣା ସେମିରେ

0 2

ଓଡ଼ଗାଁ ପ୍ରଥମ ଅଣ୍ଡର –୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬

ଓଡ଼ଗାଁ ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ୍ ଆସୋସିଏସନ (ଆରଏଏ) ପକ୍ଷରୁ ସମ୍ପାଦକ ତଥା ଖେଳ ମଣିଷ ଭାବେ ପରିଚିତ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନ ମଙ୍ଗବାର ଓଡ଼ଗାଁ (ବି) ଦଳ ସହିତ ରଙ୍ଗଣୀ ପାଟଣା ଦଳ ମଧ୍ୟରେ ଅନ୍ୟ ଏକ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ରଙ୍ଗଣୀପାଟଣା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୨ ଓଭରରେ ୮ ୱିକେଟ ବିନିମୟରେ ୧୧୬ ରନ୍ ସଂଗ୍ରହ କରିଥିଲା ବେଳେ ଏହାର ପ୍ରତିବାଦରେ ଓଡ଼ଗାଁ (ବି)ଦଳ ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୬୧ ରନରେ ସୀମିତ ରହିଥିଲେ। ଫଳରେ ରଙ୍ଗଣୀପାଟଣା ଦଳ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତି ସେମିଫାଇନାଲକୁ ଉନ୍ନିତ ହୋଇଥିଲା। ବିଜୟୀ ଦଳର କାହ୍ନା ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିଲେ। ରଘୁନାଥ ଆଥେଲେଟିକ ଆସୋସିଏସନ (ଆରଏଏ)ର ଭେଟରାନ କ୍ରିକେଟ୍ ଖେଳାଳି ପ୍ରମୋଦ ପ୍ରଧାନ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆଜି ଖେଳକୁ ଉମାକାନ୍ତ ମହାପାତ୍ର, ଆରିଆନ, ରାଜଶେଖର, ରାମେଶ୍ୱର ସାହୁ, ବିକାଶ, ଲିଟି, ସାଇ, ସୌମ୍ୟ ରଞ୍ଜନ ଓ ସୁନୀଲ ପରିଚାଳନା କରିଥିଲେ। ଆସନ୍ତାକାଲି ବୁଧବାର ରଙ୍ଗଣୀପାଟଣା ଓ ଦେଓଗାଁ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.