କୁମୁଟିମୁଣ୍ଡା ହତ୍ୟା ଘଟଣା: କାକା ହତ୍ୟାକାରୀ ପୁତୁରାକୁ ଆଜୀବନ ଜେଲ

0

ନୂଆପଡା(ଅମିତ ପୁରୋହିତ) ; କୋମନା ଥାନା କୁମୁଟିମୁଣ୍ଡା ଗ୍ରାମରେ କାକା କୁ ହତ୍ୟା କରି ଫେରାର ମାରିଥିବା ଅଭିଯୁକ୍ତ ପୁତୁରାକୁ ଆଜି ଜିଲ୍ଲା ଦୈାରା ଜଜ୍ ଅସିମ କୁମାର ଦଳ ବେହେରା ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।୫ ବର୍ଷରୁ ଫେରାର ଥିବା ହତ୍ୟାକାରୀ ପୁତୁରା ନୀଳମଣି ମାଝୀ (୩୦) କୁ ଗତ ୨୩ ତାରିଖ ରାତିରେ ପୋଲିସ ଗିରଫ କରିଥିଲା ।କୋମନା ଥାନା ର କୁମୁଟିମୁଣ୍ଡା ଗାଁର ବାହାବଳ ମାଝୀ ନିଜ ସ୍ତ୍ରୀ ଏବଂ ପୁତୁରା ନିଲମଣି ଙ୍କ ସର୍ମ୍ପକ ନେଇ ସନେ୍ଦହ କରୁଥିଲେ । ଏହାକୁ ନେଇ କାକା ପୁତୁରା ମଧ୍ୟରେ ଝଗଡା ହୋଇଥିଲା ।୨୦୧୩ ଜୁନ ୧୩ ତାରିଖ ନିଲମଣି ଉ ୍ୟକ୍ତ ହୋଇ ଏକ ଲୁହା ରଡରେ କାକାର ମୁଣ୍ଡରେ ମାଡ କରିଥିଲା । ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ବାହାବଳର ମୃତୁ୍ୟ ହୋଇଥିଲା । ସେହିଦିନ ଠାରୁ ନିଲମଣି ଫେରାର ଥିଲା । ଗତ ୨୩ ତାରିଖରେ ନିଲମଣି ଗାଁ କୁ ଆସିଥିବା ଖବର ପାଇ କୋମନା ପୋଲିସ ଚଢଉ କରି ତାକୁ ଗିରଫ କରିଥିଲା । ଆଜି ୧୪ ଜଣ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ଜିଲ୍ଲା ଦୈ÷ାରା ଜଜ୍ ନିଲମଣି କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନା କରିଛନ୍ତି । ମାମଲା କୁ ସରକାର ଙ୍କ ତରଫରୁ ପି.ପି ନିଦ୍ଧର୍ସିନୀ ରଥ ପରିଚାଳନା କରିଥିଲେ ।  

Leave A Reply

Your email address will not be published.