ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା

0

Paralakhemundi/Balakrusna Panigrahi : ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ପାରଳା ସ୍ୱାଭିମାନ ମଞ୍ଚ ଓ ପଦାମୃତ ନୃତ୍ୟାୟନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ପଦ୍ମଶ୍ରୀ ଗୁରୁଗଙ୍ଗା ଧର ସ୍ମୃତି ସନ୍ଧ୍ୟା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଠା ନୃସିଂହ ଚରଣ ପଟ୍ଟନାୟକଙ୍କ ପୌରହିତ୍ୟରେ ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ:ତିରୁପତି ପାଣିଗ୍ରାହୀ, ରୁଦ୍ରାକ୍ଷ ଫାଉଣ୍ଡେସନ, ଭୁବନେଶ୍ୱରର ପ୍ରତିଷ୍ଠାତା ଓଡିଶୀ ନୃତ୍ୟଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ , ଗୁରୁ ରଘୁନାଥ ପାତ୍ର, ସମାଜସେବୀ ଖଗେଶ୍ୱରୀ ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ  ଓଡିଶୀ ନୃତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଗୁରୁ ଗଙ୍ଗାଧରଙ୍କ ସାଧନା, ବଳିଷ୍ଠ ତ୍ୟାଗ ବଳରେ ପୃଥିବୀ ବିଖ୍ୟାତ କୋଣାର୍କ ନାଟ୍ୟ ମଣ୍ଡପର ଏକ ଅନୁଷ୍ଠାନର ଜନ୍ମ  ହୋଇପାରିଛି । ସମଗ୍ର ବିଶ୍ୱରେ ଓଡିଶୀ ନୃତ୍ୟର ପ୍ରଚାର ସମ୍ଭବ ହେବା ସହ ବର୍ତ୍ତମାନ ସମୟର ନୃତ୍ୟ ଶିଳ୍ପୀମାନଙ୍କୁ ମଧ୍ୟ ପ୍ରତିଷ୍ଠା ପ୍ରତିପାଦନରେ ସହାୟକ ହୋଇ ଆସୁଥିବା ପ୍ରକାଶ କରିଥିଲେ । ଏହି ଅବସରରେ  ମର୍ଯ୍ୟାଦା ସମ୍ପନ୍ନ ବର୍ତ୍ସାଦ ବିସ୍ମୁଲା ଖାଁ ସମ୍ମାନପ୍ରାପ୍ତ ସିଦ୍ଧ ଓଡିଶୀ ନୃତ୍ୟ ଗୁରୁ  ଯୁଧିଷ୍ଠିର ନାୟକଙ୍କ ପଦ୍ମଶ୍ରୀ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭା ଶେଷରେ ପଦାମୃତ ନୃତାୟନର କଳାକାର ମାନେ ମଙ୍ଗଳାଚରଣ ଏବଂ ଶଙ୍କରାଚରଣ, ପଲ୍ଲବୀ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରୁଦ୍ରାକ୍ଷ ଫାଉଣ୍ଡେସନ, ଭୁବନେଶ୍ୱର କଳାକାରମାନଙ୍କ ଦଳଗତ ଓଡିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଆଲୋଚନା ସୃଷ୍ଟି କରିଥିଲେ । ସେହିଭଳି ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନୃତ୍ୟ ନାଟିକା ପଞ୍ଚପାଇକ ସମସ୍ତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ମନୋଜ ପାଢୀ ଅନୁଷ୍ଠାନର ଲକ୍ଷ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ପୁର୍ବକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ   ସମସ୍ତ କାର୍ଯ୍ୟକ୍ରମକୁ ଘନଶ୍ୟାମ ବେହେରା, ଗଣେଶ ମହାରଣା, ଆଦର୍ଶ ଦାସ, ବିନ୍ଦୁପ୍ରିୟା ବେହେରା, ସିନି ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.