ପୋଲିସ ହାତରେ ଧରା ପଡିଲେ ଦୁଇ ଅପରାଧୀ: ବନ୍ଧୁକ ଓ ବାଇକ ଜବତ

0

ବଡ଼ବିଲ(ଚିତ୍ତରଞ୍ଜନ କର):  ବଡ଼ବିଲ ପୋଲିସ ହାତରେ ଗତକାଲି ରାତିରେ ଧରା ପଡିଛନ୍ତି ଦୁଇ ଅପରାଧୀ। କୌଣସି ଅପରାଧ କରିବାକୁ ଯୋଜନା କରି ଦୁଇ ଜଣ ଅପରାଧୀ ବଡ଼ବିଲ ସହରକୁ ପ୍ରବେଶ କରିବା ନେଇ ଆଗୁଆ ସୂଚନା ପାଇଥିଲା ପୋଲିସ। ଗତକାଲି ରାତିରେ ସହରର ସମସ୍ତ ପ୍ରବେଶ ପଥରେ ନଜର ରଖାଯାଇଥିଲା। ରାତି ପ୍ରାୟ ଗୋଟାଏ ସମୟରେ ଦୁଇ ଅପରାଧୀ ଝାଡ଼ଖଣ୍ଡର କିଶନ ବିରୁଆ ଓ ଆତ୍ମାରାମ ଲୋହାର ଏକ କଳା ରଙ୍ଗର ପଲସର ବାଇକରେ ଦ୍ରୁତ ଗତିରେ ଆସୁଥିବା ସମୟରେ ପାଲ ହଟିଂ ନିକଟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରି ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି। ଦୁଇ ଅପରାଧୀ କୌଣସି ଏକ ଅପରାଧ ଘଟାଇବାକୁ ଯୋଜନା କରି ବଡ଼ବିଲ ଆସିଥିବା ବଡ଼ବିଲ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି।

 

Leave A Reply

Your email address will not be published.