ରାଜ୍ୟ କ୍ରୀଡା ଛାତ୍ରାବାସ ସକାଶେ ଜିଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ

0

ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର :ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ରାଜ୍ୟ କ୍ରୀଡା ଛାତ୍ରାବାସ ସକାଶେ ଜିଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ଏଚ.କଟାପାଲି  ଯୁକ୍ତ ଦୁଇ କଲେଜ ପଡିଆ ରେ ଆରମ୍ଭ ହେବ। ଏହି ପ୍ରକ୍ରିୟା ରାଜ୍ୟରେ ଥିବା ଫୁଟବଲ, ବାସ୍କେଟବଲ, ଭଲିବଲ, ହକି,ଦୌଡ଼କୁଦ, ସନ୍ତରଣ ଛାତ୍ରାବାସ ପାଇଁ ଅନୁଷ୍ଠିତ ହେବ। ଏଥିପାଇଁ ୧୮ ତାରିଖ ଠାରୁ କ୍ଳଷ୍ଟର ସ୍ତରୀୟ ୧୪ ଗୋଟି ସ୍ଥାନ ରେ ଅନୁଷ୍ଟିତ ହେଉଅଛି।ଆଜି ମନମୋହନ ଏମ.ଇ ସ୍କୁଲ ଖେଳ ପଡିଆରେ ପୌରାଞ୍ଚଳ ବିଦ୍ୟାଳୟ ସମୂହ ଚୟନ ପ୍ରକ୍ରିୟାରେ ଶ୍ରୀ ଡମ୍ବରୁଧର ପୂଜାରୀ ଓ ବଂଶୀଧର ପସାୟତ ତତ୍ୱାବଧାନରେ ହୋଇଥିବା ବେଳେ ଓଏସଏପି ପଡିଆରେ ସୁଶୀଲ ମିଶ୍ର ଓ ନୁରୁକୁ ସାହୁ ପରିଚାଳନା କରିଥିଲେ।ପୌରାଞ୍ଚଳ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮୯ ଜଣ ଛାତ୍ର ଓ ୨୨ ଛାତ୍ରୀ ମନମୋହନ ସ୍କୁଲ ପଡିଆରେ ଅଂଶ ଗ୍ରହଣ କରିଥିବା ବେଳେ ୬୫ ଜଣ ଛାତ୍ର ଓ ୧୯ ଜଣ ଛାତ୍ରୀ ଓସଏପି ପଡିଆ ରେ ଅଂଶ ଗ୍ରହଣ କରିଥିଲେ।ତନ୍ମଧ୍ୟରୁ ୨୩ ଜଣ ମନମୋହନ ପଡିଆ ରୁ ଓ ୨୧ ଜଣ ଓ.ଏସ.ଏ.ପି ପଡିଆ ରୁ ଜିଲ୍ଲା ସ୍ତରୀୟ ଚୟନ ଶିବିରରେ ସାମିଲ ହୋଇଥିଲେ।

Leave A Reply

Your email address will not be published.