ବଡ଼ବିଲରେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

0

ଡ଼ବିଲ (ଚିତ୍ତ ରଞ୍ଜନ କର) : ଆଜି ଅପରାହ୍ନରେ ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ବୃଦ୍ଧ ଜଣକ ଅପରାହ୍ନ ପ୍ରାୟ ୫ ଟା ସମୟରେ ବଡ଼ବିଲ ପାଲ ହଟିଂ ନିକଟସ୍ଥ ରେଳ ଧାରଣା ନିକଟରେ ବସିଥିଲେ। ଏହି ସମୟରେ ଏକ ମାଲବାହୀ ଟ୍ରେନ ଅତିକ୍ରମ କରିଥିଲା। ବୃଦ୍ଧ ଜଣକ ରେଳ ଧାରଣା କଡରେ ଠିଆ ହୋଇଥିଲା ସମୟରେ ଭାରସାମ୍ୟ ହରାଇ ଟ୍ରେନରେ ବାଡେଇ ହୋଇ ଛିଟକି ପଡି ମୃତ୍ୟୁବରଣ କରିଥିବାର ଅନୁମାନ କରାଯାଉଛି। ତେବେ ବୃଦ୍ଧଙ୍କର ପରିଚୟ ଜଣା ପଡ଼ିନାହିଁ ଓ ତାଙ୍କର ବୟସ ୬୦ରୁ ଉର୍ଦ୍ଧ୍ବ ହେବ।

Leave A Reply

Your email address will not be published.