କୋସଲିର ସାମ୍ବିଧାନିକ ସ୍ୱୀକୃତି ପାଇଁ ମିଲିଲା ଜାତୀୟ ସମର୍ଥନ 

0

ବରଗଡ଼/ ନୀଳ ଦୀପ : ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ବରଗଡ ଠାରେ କୋସଲି କ୍ରିୟାନୁଷ୍ଠାନ କମିଟି ତରଫରୁ ଜାତୀୟ ଭାଷା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଡ. ଜୋଗା ସିଂ (ପଂଜାବୀ), ଡ ଦୀପକ ପାୱାର (ମରାଠୀ ଅଭ୍ୟାସ କେନ୍ଦ୍ର), ସେନ୍ଥିଲ ନାଥନ(ତାମିଲ), ସିଦ୍ଧବ୍ରତ ଦାସ (ବାଂଗଲା ପକ୍ଷୋ),କୁନ୍ଦନ ଅମିତାଭ (ଅଂଗିକା ସମ୍ବାଦ), ୟୋଗେସ ରାଜ (ବାଡୁଗୁ),ଦଶାରି ମୁରଲିକୃିଷ୍ଣା, ଦିଲ୍ଳୀ ବିଶ୍ୱବିଦ୍ୟଳୟରୁ ପ୍ରଫେସର ତିଲ କୁମାର, ସତ୍ୟ ବରିହା (ଲହକି, ବିଂଝାଲ), ହେମସାଗର ବିଶ୍ୱାଲ (ସଉରା),  ତଥା ପଶ୍ଚିମ ଓଡିଶାରୁ କୋଶଲୀ ଭାଷା ସୁରକ୍ଷା ସମିତି ଟିିଟିଲାଗଡ, ତହଁକ, ବଲାଂଗିର, କୋଶଲ ଡେରା ପାଟଣାଗଡ, କୋସଲି କି୍ରୟାନୁଷ୍ଟାନ କମିଟି ସୁନ୍ଦରଗଡ ଶାଖା, ରାଇସଲପଦର ର କିର୍ତନ, ବଇଦପାଲିର କିର୍ତନ, ବୁରୋମୁଣ୍ଡାର ଦଣ୍ଡା ଓ ତାଳ ଦଳ, ରାମଚଣ୍ଡୀ ସେନା ବରଗଡ ଓ ଝାରସୁଗୁଡା ଜିଲ୍ଲାର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ସର୍ବପ୍ରଥମେ ମାଁ ସମଲେଶ୍ୱରୀଂକ ପୂଜାଅର୍ଚ୍ଚନା କରି ଭାଷା ପ୍ରେମୀମାନେ ନାରାବାଜି ସହ ଟାଉନ ହଲ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ପରେ ସଭାରେ ମାତୃଭାଷାର ସୁରକ୍ଷା ପାଇଁ ଶପଥ ପାଠ ହୋଇଥିଲା । ବକ୍ତାମାନେ ବିଶେଷକରି ଅଣସ୍ୱୀକୃତ ଭାଷାର ହକ ବିଷୟରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଭାଷାର ପ୍ରତିନିଧିମାନେ କୋସଲିର ସାମ୍ବିଧାନିକ ସଂଘର୍ଷକୁ ସମର୍ଥନ ଜଣାଇଥିଲେ । ଭାଷାକର୍ମିମାନଂକୁ ସମ୍ମାନୀତ କରାଯାଇଥିଲା । କ୍ଲିଅର ତରଫରୁ ଏକ ବହୁଭାଷୀ ପତ୍ରିକା  ପ୍ରକାଶ ପାଇବା ନେଇ ସୂଚନା ମିଲିଥିଲା । କୋସଲି କ୍ରିୟାନୁଷ୍ଠାନ  କମିଟିର ଆବାହକ ସାକେତ ଶ୍ରୀଭୂଷଣ ସାହୁ ସ୍ୱାଗତ ଭାଷଣ ସହ ମଂଚ ପରିଚାଳନା କରିଥିଲେ । ଭିକାରୀ ମିଶ୍ର ଶପଥ ପାଠ କରାଇଥିଲେ ଓ ଦିଲ୍ଲିପ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । 

 

Leave A Reply

Your email address will not be published.