୨ ଶିଶୁଙ୍କ ସଲିଳ ସମାଧି : ଶୋକରେ ବୁଡ଼ିଲା  ମାଟିକଣା 

0

ରାୟଗଡା(ସରୋଜ କୁମାର ସାହୁ)  – ରାୟଗଡା ବ୍ଲକ ଅନ୍ତର୍ଗତ ମାଟିକଣା ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀକୁ ଗାଧେଇବାକୁ ଯାଇ ୨ ଜଣ ଶିଶୁଙ୍କ ସଲିଳ ସମାଧି ଘଟିଛି । ଘଟଣାରୁ ପ୍ରକାଶ ଯେ ସୋମବାର ଦିନ ମାଟିକଣା ଗ୍ରାମର ୨ ଜଣ ଛାତ୍ର ସୁନିଲ ହିମିରିକା ଏବଂ ହରେଶ ହିମିରିକା ସ୍କୁଲରୁ ଫେରିବା ପରେ ଗାଧେଇବା ବାହାନାରେ ନିକଟସ୍ଥ ପୋଖରୀକୁ ଯାଇଥିଲେ । ବହୁ ସମୟ ଧରି ଦୁହେଁ ଘରକୁ ନ ଫେରିବାରୁ ଗାଁ ଲୋକ ସେମାନଙ୍କୁ ଖୋଜାଖୋଜି କରିଥିଲେ । ଗ୍ରାମର କିଛି ପ୍ରତ୍ୟକ୍ଷଦର୍ଶୀ ଦୁହିଁଙ୍କୁ  ପୋଖରୀ ନିକଟରେ ଦେଖିଥିଲେ ବୋଲି ପ୍ରକାଶ କରିଥିଲେ । ଏ ନେଇ ଗ୍ରାମବାସୀ ମାନେ ଦମକଳ ବିଭାଗକୁ ଖବର ଦେଇଥିଲେ । ଆଜି ଦମକଳ ବିଭାଗର ଟିମ ପହଂଚି ପୋଖରୀରୁ ୨ ଶିଶୁଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ୨ ଶିଶୁଙ୍କ ମୃତ ଦେହ ଉଦ୍ଧାର ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । 

 

Leave A Reply

Your email address will not be published.