ବଲାଙ୍ଗୀରରେ ସୁନ୍ନି ମୁସଲମାନ ପୁଲବାମା ସହିଦଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି : ଶୋଭାଯାତ୍ରା ଓ ସମୂହ ପ୍ରାର୍ଥନା

0

ବଲାଙ୍ଗିର/ନିରୋଜ ମିଶ୍ର : ପୁଲୱାମାରେ ଶହୀଦ ଯବାନଙ୍କ ପାଇଁ ଆଜି ବଲାଙ୍ଗୀରର ମୁସଲିମ୍ ସଂପ୍ରଦାୟ ଉଠାଇଛନ୍ତି ସ୍ବର । ବଲାଙ୍ଗୀର ସୁନ୍ନି ମୁସଲିମ ସମାଜ ଶହୀଦ ଯବାନଙ୍କ ପାଇଁ ସମୂହ ପ୍ରାର୍ଥନା କରିବା ସହ ତାଙ୍କ ପରିବାର ପାଇଁ ସଦବେଦନା ଜଣାଇଛନ୍ତି ।ଏହାପରେ ଆତଙ୍କବାଦୀଙ୍କ ପାଇଁ ନାରାବାଜି ଦେଇ ଆରମ୍ଭ କରିଥିଲେ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ସହରର ଶତାଧିକ ମୁସଲମାନ ଭାଇ ମାନେ ସୁନ୍ନି ସଦର ମସଜିଦରୁ ଏକ ବିରାଟ ଶୋଭାଯାତ୍ରା କରି ବଲାଙ୍ଗୀର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହମବତୀ ଜାଳି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଏହାସହ ସରକାର ଅନୁମତି ଦେଲେ ବଲାଙ୍ଗୀରର ମୁସଲିମ ଭାଇ ମାନେ ଦେଶ ପାଇଁ ନିଜେ ବଳିଦାନ ଦେବାକୁ ତିଳେ ହେଲେ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି ମୁସଲମାନ ସମ୍ପ୍ରଦାୟ ।

Leave A Reply

Your email address will not be published.