ପ୍ରଫୁଲ୍ଲ ଓ ରବିଙ୍କୁ ଦି ଦିଟା  ଜିଲ୍ଲା : ଦେବାଶିଷ ଓ ସିଦ୍ଧାର୍ଥ ହେଲେ ସମ୍ପାଦକ 

0

ଭୁବନେଶ୍ୱର :  ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‍ ଦେଇ ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବରଗଡ଼ ଜିଲ୍ଲା ସହିତ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ଶ୍ରୀ ରବି ପାଣିଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସହିତ ସମ୍ବଲପୁର ଜିଲ୍ଲାର ବରିଷ୍ଠ  ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛନ୍ତି । ସେହିପରି ଶ୍ରୀ ଦେବାଶିଷ ମଲ୍ଲିକ ଓ ସିଦ୍ଧାର୍ଥ ଦାସଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଏବଂ ଡ. ହରିଶ ଚୌଧୁରୀଙ୍କୁ ମୋରଡ଼ା ଓ ସାରସକଣା ବିଧାନସଭା କ୍ଷେତ୍ରର ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ବୋଲି ରାଜ୍ୟ ସଂପାଦକ ଡ. ସସ୍ମିତ ପାତ୍ର ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

 

Leave A Reply

Your email address will not be published.