ଅତି କମରେ 5 ବର୍ଷ ମାତୃଭୂମି ପାଇଁ ସେନାରେ ଯୋଗ ଦେବାକୁ ଶପଥ ନେଲେ ଯୁବକ  

0

ସହିଦଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର- ପୁଲୱାମାରେ ସିଆରପିଏଫ ଜବାନ୍ ଉପରେ ହେଇଥିବା ଆତଙ୍କବାଦୀ ଆକ୍ରମଣ ବିରୁଦ୍ଧରେ ଲୋକଙ୍କ ଆକ୍ରୋଶ ଏଇ ଜାଏଁ କମିନି। ଗତକାଲି ସନ୍ଧ୍ୟାରେ ରାଜ୍ୟ ରାଜଧାନୀରେ ପଦ୍ମପୁରର ଛାତ୍ର ସୁମିତ କୁମାର ମିଶ୍ରଙ୍କ ନେତୃତ୍ଵରେ ରସୁଲଗଡ ଏବଂ ପାଣ୍ଡରାର  ଶତାଧିକ ଲୋକ ଏକଜୁଟ ହୋଇ ଏକ କ୍ୟାଣ୍ଡେଲ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ “ସହିଦ ଯବାନ ଅମର ରହେ”,”ଭାରତ ମାତା କି ଜୟ”,”ପାକିସ୍ତାନ ମୁର୍ଦାବାଦ” ପ୍ରଭୃତି ନାରାବାଜୀ ଦେଇ ପୁରୀ ବାଇପାଶ ଛକ ରୁ ବାହାରି ପାଣ୍ଡରା ଜଗନ୍ନାଥ ମନ୍ଦିର ପହଞ୍ଚି ସହିଦ ଜବାନଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରର୍ଥନା କରିଥିଲେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ଦୀପ ପ୍ରଦାନ କରିଥିଲେ । ଏହି କାର୍ଯ୍ୟରେ ପୁରୀ ବାଇପାସ ଦୋକାନୀ ସଂଘର ସଭାପତି ଅଚୁତାନଂଦ ଦାସ, ମା ଦୁଲାଦେଇ ଯୁବକ ସଂଘର ସଭାପତି ରାଜେଶ ମିଶ୍ର,ଇଷ୍ଟ କୋଷ୍ଟ ରେଲୱେ କର୍ମଚାରୀ ସଙ୍ଘର ଉପ ସଭାପତି ଦୀପକ ମହାନ୍ତି,ଅଶୋକ କୁମାର ନାୟକ, ହାଇଟେକ ମେଡିକାଲ କଲେଜରର ଛାତ୍ରଛାତ୍ରୀମାନେ,ପଣ୍ଡରା ସମ୍ପ୍ରଦାୟର ସଭାପତି ପ୍ରଶାନ୍ତ କୁମାର ଜେନା,ବିଜନ୍ ସାହୁ, ଭାଗ୍ୟ ରଞ୍ଜନ  ସାହୁ ,ଗୁଲଶନ ଦାସ,ପଦ୍ମ ସେଠୀ ଆହୁରି ଅନେକ ଲୋକ ସହଯୋଗ କରିଥିଲେ । ପରିଶେଷରେ ସୁମିତ କୁମାର ମିଶ୍ରଙ୍କ ସହ ଆହୁରି ଅନେକ ଯୁବକ ଶପଥ ନେଇଥିଲେ କି ଅତି କମରେ  ଜୀବନର 5 ବର୍ଷ ସେମାନେ ମାତୃଭୂମି ପାଇଁ ଇଣ୍ଡିଆନ ଆରମିରେ ଯୋଗଦେବ ।

 

Leave A Reply

Your email address will not be published.