ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ ଘଟଣା:୨ୟ ସନ୍ଦୀଗ୍ଧ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସିଲେ ଗ୍ରାମବାସୀ

0

            ମେଲଛାମୁଣ୍ଡା (ମନୋଜ କୁମାର ଭୋଇ) – ବରଗଡ ଜିଲ୍ଳା ମେଲଛାମୁଣ୍ଡା ପୁଲିସ ଥାନା ଆଗରେ ର୍କେମେଲି ଗ୍ରାମବାସୀ ରବିବାର ଦିନ ୧୧ଟାରୁ ଧାରଣାରେ ବସିଛନ୍ତି । ସେମାନେ ୨ୟ ସନ୍ନୀଗ୍ଧ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସଛନ୍ତି । ଥାନାରେ ମେଲଛାମୁଣ୍ଡା ଥାନାଧିକାରୀ ସପ୍ନାରାଣୀ ଗୋଛାୟତ ଏବଂ ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ଗ୍ରାମବାସୀଙ୍କୁ ଅନେକ ପ୍ରକାରରେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଦାବୀରେ ଅଟକ ଅଛନ୍ତି । ଗ୍ରାମବାସୀଙ୍କ ଦାବୀ ଅନୁସାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ସଂଶ୍ଳିଷ୍ଟ ଅନୁଭବ କରୁଥିବା କେର୍ମେଲି ଗ୍ରାମର ଟିକୁ ନାଏକକୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ଗ୍ରାମବାସୀ ଥାନା ପରିସର ଛାଡିବେ ନାହିଁ ବୋଲି ରୋକ ଠୋକ ଜଣାଇଛନ୍ତି । ଥାନା ପରିସରରେ କାଳେ କିଛି ଅଘଟଣ ଘଟିବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ ସନିବାର ଭୋରରୁ ବାଟର୍ତେମା ସ୍କୁଲ ସମ୍ମୁଖ ରାଜ ରାସ୍ତା ଉପରୁ କେର୍ମେଲି ଗ୍ରାମର ଶିବାଜୀ ସାହୁଙ୍କ ଖପୁରି ବିହୀନ ଶବ ସହ ଏକ ବାଇକ ଜବତ କରିଥିଲା । ବାଇକଟିକୁ ଶବଠାରୁ ୧୦୦ ମିଟର ଦୁରରେ ଠାବ କରି ପୋଷ୍ଟ ମଟମ ପାଇଁ ପଦ୍ମପୁର ପଠାଇ ଘଟଣାର ତଦନ୍ତ କରିଥିଲା । ମୃତ ଯୁବକଙ୍କର ବାପା ମେଲଛାମୁଣ୍ଡା ଥାନାକୁ ଆସି ତାଙ୍କ ପୁଅକୁ କେର୍ମେଲି ଗ୍ରାମର ବିଶ୍ୱ ଖରସାଲ ଏବଂ ଟିକୁ ନାଏକ ହତ୍ୟା କରି ପକାଇଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନାଧିକାରୀ ଥାନା କେସ ନଂ ୨୦/୧୯ ଦଫା ୩୦୨,୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ କରିଥିଲେ । ଘଟଣାରେ ଆହତ ହୋଇଥିବା ଅନ୍ୟ ଯୁବକ ବିଶ୍ୱ ଖୁରସାଲକୁ ଅଟକ ରଖି ପଚରା ଉଚରା କରୁଛନ୍ତି । ଶବଟି ଗ୍ରାମରେ ପହଂଚିବା ପରେ ଉତେଜନା ପ୍ରକାଶ ପାଇବା ସହ ଥାନା ଘେରାଓ ପାଇଁ ନିଷ୍ପତି ହୋଇଥିଲେ । ଥାନା ଆଗରେ କେର୍ମେଲି ଗ୍ରାମବାସୀଙ୍କ ଧାରଣା ସଂପର୍କରେ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ପଚରାଯିବାରୁ ମୃତ ଯୁବକର ପୋଷ୍ଟ ମଟମ ରିପୋଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ୨ୟ ସନ୍ଦିଗ୍ଧକୁ ଗିରଫ କରିବା ପାଇଁ ଦୁଇ ଦିନ ସମୟ ଦେବାକୁ କହିଛି ମାତ୍ର ଗ୍ରାମବାସୀ ନିଜ ଯିଦରେ ଅଟକ ଥିବା ପ୍ରକାଶ କରିନ୍ତି । ରିପୋଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାର କୌଣସି ସମାଧାନ ହୋଇ ପାରି ନାହିଁ ।

Leave A Reply

Your email address will not be published.