ତିର୍ତ୍ତୋଲ(ରମେଶ ମହାନ୍ତି) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଉତ୍ତରକୂଳ ମାହାଳା ହାଟ ସରସ୍ୱତୀ ଶିଶୁ ମନ୍ଦିରର କୁନିକୁନି ପିଲାମାନେ, କନିମୂଳ ସରସ୍ୱତୀ ଶିଶୁ ମନ୍ଦିରର ଲିପ୍ସା ଓ ଗୁଡ଼ୁ ଓ ଗଇଠିପୁର ଗ୍ରାମର କୁନି ପ୍ରତିଭାଧାରି ଦିପାଲି ଖୁଣ୍ଟିଆ ଭାଗନେଇଥିଲେ । ତୋଫାନ ମଲ୍ଲିକ, ବରିଷ୍ଠ କଳାକାର ନିତ୍ୟାନନ୍ଦ ସାହୁ, ଅଭିରାମ ଖୁଣ୍ଟିଆ ପ୍ରମୁଖ ବିଚାରକଭାବେ ଉପସ୍ଥିତ ରହି କୁତି ପ୍ରତିଭାଧାରୀମାନଙ୍କୁ ଚୟନ କରିଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ତିର୍ତ୍ତୋଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ୧ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ତିର୍ତ୍ତୋଲ ବ୍ଲକ ବିଜୁ ଯୁବ ସଭାପତି ରଞ୍ଜିତ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ନୃତ୍ୟ ପ୍ରତିଯୋଗିତାରେ ଶୁଭଲକ୍ଷ୍ମୀ ଦାଶ ପ୍ରଥମ, ପାୟଲ ମଲ୍ଲିକ ଦ୍ୱିତୀୟ ଓ ସାଗର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଧାରୀମାନଙ୍କୁ ଉପରୋକ୍ତ ଅତିଥି ଓ ବିଚାରକମାନେ ଯୋଗଦେଇ ଉତ୍ସାହିତ କରିବା ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାନସ ରଞ୍ଜନ ନାୟକ, ବିପ୍ଲବ ଖୁଣ୍ଟିଆ, ସତ୍ୟନାରାୟଣ ଖୁଣ୍ଟିଆ, କାଳିଆ ସୁତାର, ସମ୍ଭୁଆ ଦାସ, ଉଦୟ ନାଥ ଖୁଣ୍ଟିଆ, ସ୍ମୃତି ରଞ୍ଜନ ସାହୁ, ଦିଲ୍ଲିପ କୁମାର ସାହୁ, ଶିବାନନ୍ଦ ଖୁଣ୍ଟିଆ, ଅବିନାସ ସାହୁ, ଗେଡ଼ୁ ସାହୁ, ଗୁଡ଼ୁ ସାହୁ, ଆଦିନାଥ ଖୁଣ୍ଟିଆ, ଟଙ୍କଧର ସାହୁ, ସୁଧାଂଶୁ ଶେଖର ସାହୁଙ୍କ ସମେତ ସରସ୍ୱତୀ ପୂଜା କମିଟିର ସମସ୍ତ ସଭ୍ୟ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.