ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ନର୍ଲାର ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ ୨୦୨୫ ବର୍ଷ ପାଇଁ ନେସନାଲ ବେଷ୍ଟ ସୋସିଆଲ ଓ୍ବାର୍କର ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଓ୍ବର୍ଲ୍ଡ ଚେରିଟି ଓ୍ବେଲଫେୟାର ଫାଉଣ୍ଡେସନ ପକ୍ଷରୁ ସୋମବାର ଗଞ୍ଜାମ କଳା ପରିଷଦ ଭବନଠାରେ ଆୟୋଜିତ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ବିଏମସି ମେୟର ସଂଘମିତ୍ରା ଦଳେଇ ଶ୍ରୀ ନନ୍ଦଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରିଥିଲେ। ଆଜୀବନ ସମାଜସେବୀ ଭାବରେ ଶ୍ରୀ ନନ୍ଦ ଦୁର୍ଗତ ମାନବଙ୍କ ବନ୍ଧୁ ସାଜିଛନ୍ତି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ସହ ଜଡ଼ିତ ରହି ସେ ସମାଜସେବାକୁ ବ୍ରତ ଭାବେ ବାଛି ନେଇଛନ୍ତି। ତୃଣମୂଳ ସ୍ତରରେ ଅବହେଳିତ ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି ଶ୍ରୀ ନନ୍ଦ। ଜୀବନବ୍ୟାପୀ ତାଙ୍କର ଏହି ସାଧନାକୁ ସମ୍ମାନ ଜଣାଇ ଓ୍ବର୍ଲ୍ଡ ଚେରିଟି ଓ୍ବେଲଫେୟାର ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡିଛି। ଶ୍ରୀ ନନ୍ଦଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
Sign in
Sign in
Recover your password.
A password will be e-mailed to you.