ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ପାରାଦ୍ୱୀପଠାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

0 1

ପାରାଦ୍ୱୀପ, ଡିସେମ୍ବର ୨୯, ୨୦୨୫:ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ପେଲେଟ୍ ପ୍ଲାଣ୍ଟ କମ୍ପ୍ଲେକ୍ସରେ ଏକ ଆଧୁନିକ ଚକ ଧୋଇବା ଷ୍ଟେସନ  ଉଦଘାଟନ ଓ ପ୍ଲାଣ୍ଟ ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ସହିତ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରିଛି। ଏହି ଅବସରରେ ସଚେତନତା ଅଧିବେଶନ ଯୋଗଦାନ କରି କର୍ମଚାରୀମାନଙ୍କୁ ଶକ୍ତି ବ୍ୟବହାର କରିବା  ଏବଂ ପରିବେଶ ସଂରକ୍ଷଣ ପାଇଁ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବାକୁ ପ୍ରେରଣା ଦିଆଯାଇଥିଲା।

ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟରେ, ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ଆଞ୍ଚଳିକ ଅଧିକାରୀ ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଧିକାରୀମାନଙ୍କ ମଧ୍ୟରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନ୍ସ ମୁଖ୍ୟ ଶ୍ରୀ ୟୁଏସ୍ଆର ରାଜୁ, ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟ, ଏସପିଏଲ୍, ଏଏମ୍/ଏନ୍ଏସ୍ ପୋର୍ଟସର ମୁଖ୍ୟ ଶ୍ରୀ ସି.ଏଚ୍. ହରିପ୍ରସାଦ, ପାରାଦ୍ୱୀପ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ମୁଖ୍ୟ ଶ୍ରୀ ରାଜର୍ଷି ସିହ୍ନା, ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟର  ପରିବେଶ ବିଭାଗ ପ୍ରବନ୍ଧକ ଶ୍ରୀ ଦେବଦତ୍ତ ଦାସ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ କର୍ମଚାରୀ ଏବଂ ସହଯୋଗୀ କର୍ମଚାରୀଙ୍କ ଉତ୍ସାହୀ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

“ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା କହିଛନ୍ତି ଯେ, ଆଗାମୀ ପିଢ଼ିର ସ୍ୱାର୍ଥ ରକ୍ଷା ପାଇଁ ଶକ୍ତି ସଂରକ୍ଷଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏହା ସହିତ ଏକ ସ୍ୱଚ୍ଛ ଏବଂ ସବୁଜ ପରିବେଶ ନିଶ୍ଚିତ କରିବା ପାଇଁ ଅକ୍ଷୟ ଶକ୍ତିର ଉତ୍ସଗୁଡ଼ିକୁ ଗ୍ରହଣ କରିବାର ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।”

ଶ୍ରୀ ୟୁଏସଆର ରାଜୁ କହିଛନ୍ତି, ““ଆମେ ଏକ ସବୁଜ ଏବଂ ସ୍ୱଚ୍ଛ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଶକ୍ତି ସଂରକ୍ଷଣ କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରାଥମିକତା। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ପ୍ରତ୍ୟେକ କର୍ମଚାରୀ ଏବଂ ସହଯୋଗୀଙ୍କୁ ଅନୁରୋଧ କରୁଛୁ ଯେ, ସେମାନେ ଶୃଙ୍ଖଳା ଏବଂ ନିଷ୍ଠାର ସହ ସହଯୋଗ କରନ୍ତୁ, ଯାହାଦ୍ୱାରା ସମସ୍ତ ପ୍ରକ୍ରିୟାରେ ଶକ୍ତି ଦକ୍ଷତା ବୃଦ୍ଧି କରାଯାଇପାରିବ, ନିର୍ଗମନକୁ ହ୍ରାସ କରାଯାଇପାରିବ ଏବଂ ପ୍ଲାଣ୍ଟ କାର୍ଯ୍ୟକ୍ଷମତା ମଧ୍ୟରେ ଅକ୍ଷୟ ଶକ୍ତି ସମାଧାନକୁ ସାମିଲ କରାଯାଇପାରିବ।”

ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରି ନିର୍ଦ୍ଦିଷ୍ଟ ଶକ୍ତି ବ୍ୟବହାର ହ୍ରାସ ଏବଂ ଅକ୍ଷୟ ଶକ୍ତିର ବ୍ୟବହାର କରି କାର୍ବନ ଫୁଟପ୍ରିଣ୍ଟ (ଅଙ୍ଗାରକାମ୍ଳ ନିର୍ଗମନ) କମାଇବା ସହ ଶକ୍ତି ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରୁଛି।

Leave A Reply

Your email address will not be published.