ବେନିୟମ ଟିକସ ଓ ମାଗଣା ବିଜୁଳି ଯୋଗାଣକୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

0 1

ଖୋର୍ଦ୍ଧାରୁ ( ସେକ ଜାଫର ): ଖୋର୍ଦ୍ଧା -୨୯/୧୨-ଟାଟା କମ୍ପାନୀର ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷିକ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ ଟି.ଏଲ.ସି ଛକ ନିକଟସ୍ଥ ଟାଟା ପାୱାର ଅଫିସ ସମ୍ମୁଖ ରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଙ୍କ ନେତୃତ୍ୱରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ନୁଆ ବସ ଷ୍ଟାଣ୍ଡ ଛକ ଠାରୁ ଏକ ବିରାଟ ପଦଯାତ୍ରାରେ ଟାଟା ପାୱାର ଅଫିସକୁ ଯାଇ ଅଫିସ ଗେଟରେ ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ ତାଲା ପକାଇଥିଲେ। ବିକ୍ଷୋଭ ପ୍ରଦର୍ଶନ ସଭାରେ ଶ୍ରୀ ପଟ୍ଟନାୟକ କହିଲେ ଲୋକଙ୍କ ଘରେ ବିଜୁଳୀବତୀ ଜଳୁ ନଥିବାବେଳେ ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର ବିଜୁଳି କଳ କାରଖାନାକୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। ବିଜୁଳି, ଖାଦ୍ୟ ବସ୍ତ୍ର ବାସଗୃହ ଭଳିଆ ବର୍ତ୍ତମାନ ଏକ ମୌଳିକ ଆବଶ୍ୟକତା। ଗରିବ ଘରେ କିଏ ବେମାରରେ ପଡ଼ିଛି, ଛାତ୍ର ଛାତ୍ରୀଙ୍କ ପାଠ ପଢିବା ଅଛି। ତେଣୁ ସରକାର ବିନା ମୂଲ୍ୟରେ ବିଜୁଳି ଯୋଗାଣ କରନ୍ତୁ। ଅନ୍ୟ ରାଜ୍ୟ ମାନଙ୍କ କୃଷକ ମାନଙ୍କୁ ବିଜୁଳି ଦେୟ ଛାଡ଼ ଥିବାବେଳେ ଓଡ଼ିଶାରେ କୌଣସି ଛାଡ଼ ନାହିଁ। ଏଭଳି ସ୍ଥଳେ ରାଜ୍ୟରେ କୃଷିର ଉନ୍ନତି କିଭଳି ହେବ ଏବଂ ଚାଷୀ କିପରି ହସିବ ବୋଲି ସେ ପ୍ରଶ୍ନ ପଚାରିଥିଲେ । ଯେ ସୁରକ୍ଷା ରାଶି ନେବା ପ୍ରତ୍ୟାହାର ଓ ଘରୋଇ କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ ନକରିବେ ପୁର ପଲ୍ଲୀ ସବୁଠାରେ ଆନ୍ଦୋଳନ ହେବ। ଶ୍ରୀ ପୃଥ୍ୱିବଲ୍ଲଭ ପଟ୍ଟନାୟକ ସାଧାରଣ ଜନତାଙ୍କୁ ନିବେଦନ କରି କହିଥିଲେ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ମୁହଁ ଖୋଲନ୍ତୁ, ପ୍ରତିବାଦ କରନ୍ତୁ। ଓଇଆରସି ଓ ଟାଟା ପାୱାର ମଧ୍ୟରେ ଗୁପ୍ତ ବୁଝାମଣା ଯୋଗୁଁ ସାଧାରଣ ଜନତାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। କଂଗ୍ରେସର ଦାବୀ ଜନତା ଏବଂ କୃଷକଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣା ବିଜୁଳି ଯୋଗାଣ।
ଏହି ବିକ୍ଷୋଭ ପ୍ରଦର୍ଶନରେ ଅନ୍ୟମାନ ମଧ୍ୟରେ ପୃଥିବୀ ବଲ୍ଲଭ ପଟ୍ଟନାୟକ ,ତପନ ଚକ୍ରବର୍ତ୍ତୀ, ସ୍ୱାଗତିକା ପଟ୍ଟନାୟକ, ରଞ୍ଜିତ ମହାପାତ୍ର,ଗୋପନ ମାର୍ଥା, ସୈଲେନ୍ଦ୍ର ଦାସ,ବଟକୃଷ୍ଣ ରାଉତରାୟ,ଅଶୋକ ମଙ୍ଗରାଜ,ତାପସ ମିଶ୍ର,ଜୟନ୍ତ ଭୋଇ,ପ୍ରଦୀପ ପଟ୍ଟନାୟକ,ପ୍ରଦୋଷ ହରିଚନ୍ଦନ,ଶିବୁ ନାୟକ,ସୌମ୍ୟ ପଟ୍ଟନାୟକ,ସୌମ୍ୟ ବରାଳ, ମନୱର ହୁସେନ, ଜିତେନ୍ଦ୍ର ଚମ୍ପତି,କଲେନ୍ଦି ମହାପାତ୍ର,ସଞ୍ଜୟ ସୁବୁଦ୍ଧି,ସୁକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.