ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୭ତମ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି (ସ୍ବୟଂଶାସିତ) ମହାବିଦ୍ୟାଳୟ ଖେଳ ପଡ଼ିଆରେ ଦୁଇ ଦିନ ଧରି ଚାଲିଛି। ଅନେକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାରେରେ କୃତିତ୍ବ ହାସଲ କରିଥିବା ଗଜପତି ଜିଲ୍ଲାର ବରିଷ୍ଠ ଖେଳାଳି ତଥା କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ରଥ ଉକ୍ତ ଖେଳକୁଦ ପ୍ରତିଯୋଗିତାର ଉଦ୍ଘାଟନ କରି ପ୍ରତିଯୋଗୀ ମାନଙ୍କୁ ପଡ଼ିଆରେ ଉତ୍ତମ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିବା ପାଇଁ ଆହ୍ବାନ ଦେଇଥିଲେ। ଇତ୍ୟବସରରେ ଶିଶୁ ମନ୍ଦିରର ଉପସଭାପତି ଶ୍ରୀ ସଞ୍ଜୟ ଜେନା ଓ ସଂପାଦକ ଶ୍ରୀ ଚନ୍ଦ୍ର ଶେଖର ପଟ୍ଟନାୟକ ଉପସ୍ଥିତ ଥିଲେ।
ଅନୁଷ୍ଠାନର ଶିଶୁ ବିଭାଗ , ବାଲ୍ ବିଭାଗ ଓ କିଶୋର ବିଭାଗର ପ୍ରାୟ ପାଞ୍ଚ ଶହ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ଯଥା ବିଭିନ୍ନ ଦୂରତାର ଦୌଡ଼ , ଉଚ୍ଚ କୁଦ , ଲମ୍ବ କୁଦ , ସଟ୍ ପୁଟ୍ ଫିଙ୍ଗା , ଡିସ୍ କସ୍ ଫିଙ୍ଗା , ଜାଭେଲିନ୍ ଫିଙ୍ଗା ଇତ୍ୟାଦି ଇଭେଣ୍ଟ ମାନଙ୍କରେ ଉତ୍ସାହ ପୂର୍ବକ ଅଂଶ ଗ୍ରହଣ କରି କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ।
ସଂଧ୍ୟାରେ ଶିଶୁ ମନ୍ଦିର ପରିସରରେ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରାଯାଇଛି। ଏହି କ୍ରୀଡ଼ା କାର୍ଯ୍ୟକ୍ରମଟି ଅନୁଷ୍ଠାନର ଶାରୀରିକ ପ୍ରମୁଖ ଶ୍ରୀ ମୁରଲୀମୋହନ ପ୍ରଧାନ ତଥା କ୍ରୀଡା ଶିକ୍ଷକ ଶ୍ରୀ ରାଜେଶ କରାଇଙ୍କ ସଫଳ ସଂଯୋଜନା , ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ନିର୍ଦ୍ଦେଶନା ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.