ପଦମପୁର :- ଗ୍ରାମରେ ମେଲନ ମେଶନ କାର୍ଯ୍ଯକ୍ରମ ର ପ୍ରସ୍ତୁତି ବୈଠକ ଶ୍ରୀ ରାଜେନ୍ଦ୍ର କୁମାର୍ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଗ୍ରାମ ଗୌନ୍ତିଆ, ସ୍କୁଲ ର ଚେୟାରପର୍ସନ, ୱାର୍ଡ ମେମ୍ବର ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ ।
ଗ୍ରାମ ର ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ମହାନ୍ତି ଙ୍କ ପ୍ରଚେଷ୍ଟା ରେ ଏହି କାର୍ଯ୍ୟକ୍ରମ ସୁନ୍ଦର୍ ଭାବରେ ହୋଇ ଆସୁଥିବାରୁ ଶିଶୁ କିଶୋର ମାନଙ୍କ ଲୁକ୍କାୟିତ ପ୍ରତିଭା କୁ ବିକାଶ କରିବା ପାଇଁ ଗୀତ ନୃତ୍ୟ ଓ ଖେଳ ପ୍ରତଯୋଗିତା କରିବା ପାଇଁ ସ୍ଥିର ହେଇଥିଲା । ଗ୍ରାମବାସୀ ଶ୍ରୀ ମହାନ୍ତି ଙ୍କୁ ଭୂରୀୟସି ପ୍ରଶଂସା କରିଥିଲେ। ଏହି ଉପଲକ୍ଷେ ଏକ କବିତା ପାଠ ଉତ୍ସବ କରିବା ପାଇଁ ମଧ୍ଯ ଆଲୋଚନା କରାଗଲ। ଶେଷରେ ସୁଶ୍ରୀ ସ୍ନେହଲତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.