ଓଡିଶା ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର କୃତିତ୍ୱ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଜ୍ଞାନ ମିଶନ ତରଫରୁ ହରିହରାନନ୍ଦ ଗୁରୁକୁଳ ଆଶ୍ରମ , ବାଲିଘାଇ , ପୁରୀଠାରେ ଆୟୋଜିତ ଓଡିଶା ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରଣତି ଚୌଧୁରୀଙ୍କୁ ସ୍ୱତନ୍ତ୍ର ସାନ୍ତ୍ୱନାମୂଳକ ପୁରସ୍କାର ପାଇ ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଏହାକୁ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ଠାରୁ ପାଇଥିବାବେଳେ ଏଥି ସହିତ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାଳ ମୁକୁନ୍ଦ କେନ୍ଦ୍ର , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ପାରଳାଖେମୁଣ୍ଡିର ବିଭନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡିକ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.