କେନ୍ଦୁଝର,ତା୨୯/୧୨- ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କନ୍ଫରେନ୍ସ ହୋଲଠାରେ ଆଜି ରେଳବାଇ ତରଫରୁ ସୁରକ୍ଷା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖୋର୍ଦ୍ଧା ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀଯୁକ୍ତ ଆଲୋକ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସମୟରେ ଉପସ୍ଥିତ ବୁଦ୍ଧି ଓ ସତର୍କତା ଅବଲମ୍ବନ କରି ଦୁର୍ଘଟଣା କୁ ଏଡାଇ ଥିବା କେନ୍ଦୁଝରରୁ ରେଳ ଚାଳକ ନବୀନ କୁମାର ପଲେଇ, ଭୁବନେଶ୍ୱରର ଆଶୁତୋଷ ମହାନ୍ତି,ଖୋର୍ଧାର ଏକେ ବଳିଆର ସିଂ,ରାଜା ଆଠଗଡ଼ର ଟ୍ରାକ ମେଣ୍ଟେନର ନିରଞ୍ଜନ ରଣା ଓ ପ୍ରଦୀପ କୁମାର ସାହୁ, ଅନୁଗୁଳର ପ୍ରକାଶ ଚନ୍ଦ୍ର ବିଶ୍ୱାଳ ଓ ଗୋଖର ବେହେରା, ଯାଜପୁର ରୋଡ଼ର ନିତ୍ୟାନନ୍ଦ ଦଳେଇ ଏବଂ ରାହାମାର ମନୋଜ କୁମାର ହାଁସଦାଙ୍କୁ ମାନପତ୍ର ସହିତ ଅର୍ଥ ରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ମଣ୍ଡଳପ୍ରବନ୍ଧକ (ପରିଚାଳନା) ପି.କେ ବେହେରା, ଅତିରିକ୍ତ ମଣ୍ଡଳପ୍ରବନ୍ଧକ (ଇନ୍ଫ୍ରା) ଶୁଭ୍ରଜ୍ୟୋତି ମଣ୍ଡଳ, ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଆଶିଷ କୁମାର ସେନାପତି ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିବା ବେଳେ ଏପରି ଏକ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ରେଳ କର୍ମଚାରୀଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.