ନାବାଳିକା ଅପହରଣ ମାମଲା:  ଅଭିଯୁକ୍ତକୁ  ଅଢେ଼ଇ ବର୍ଷ ସଶ୍ରମ କାରାଦଣ୍ଡ

0

 

ବାରିପଦା/DILLIP MOHANTY – ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍ ସମର ବିଳାସ ବେହେରା ସୋମବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ପୌରପରିଷଦର ୱାଡର଼୍ ନଂ-୨୨ ରଘୁନାଥପୁର ଅଞ୍ଚଳର ସେକ୍ ଫୁଲ ହୁସେନ୍(୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୬୩ ଅନୁସାରେ ଅଢେ଼ଇ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥିସହିତ ଜୋରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୪ ଜାନୁଆରୀ ୧ରେ ଜନୈକ ନାବାଳିକା କନ୍ୟା ନବ ବର୍ଷର ଅଭିନନ୍ଦନ କାଡର଼୍ କିଣିବା ନିମନ୍ତେ ତାର ସାଙ୍ଗ ସହିତ ବଜାରକୁ ବାହାରି ଆସି ଘରକୁ ଫେରି ନ ଥିଲା । ସାଙ୍ଗ ଏକାକୀ ଘରକୁ ଫେରି ଆସୁଥିବାର ଦେଖି ଝିଅ କୁଆଡେ଼ ଗଲା ବୋଲି ସାଙ୍ଗକୁ ପ୍ରଶ୍ନ କରିବାରୁ ଅନ୍ୟ ସାଙ୍ଗ ସହିତ ମିଶି ଗ୍ରିଟିଙ୍ଗସ୍ କିଣିବାକୁ ଯିବାରୁ ସେ ଏକାକୀ ଫେରି ଆସିଲା ବୋଲି କହିବାରୁ ବାପା ଅପେକ୍ଷା କରି ରହିଥିଲେ ମଧ୍ୟ ଝିଅ ଘରକୁ ଫେରି ନ ଥିଲା । ଫଳରେ ବାପା ଝିଅର ବିଭିନ୍ନ ସାଙ୍ଗସାଥୀଙ୍କ ଘର ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ନିରାଶ ହୋଇଥିଲେ । ୩/୪ ଦିନ ପରେ ହେବା ପରେ କୌଣସି ସୂତ୍ରରୁ ଝିଅକୁ ରଘୁନାଥପୁର ଅଞ୍ଚଳର ସେକ ଫୁଲ ହୁସେନ୍ ଅପହରଣ କରି ନେଇଯାଇ ଥିବାର ଖବରପାଇବା ପରେ ଏହି ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ୦୪/୦୧/୨୦୧୪ରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ  ଥାନାରେ( କେଶ ନଂ-୩/୨୦୧୪) ଏକ ମାମଲା ରୁଜୁ କରି ଅଭିଯୁକ୍ତ ସେକ ଫୁଲ ହୁସେନଙ୍କୁ ଗିରଫ କରି ନାବାଳିକାକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲେ । ପରବର୍ତ୍ତି ସମୟରେ ଅଭିଯୁକ୍ତ ଜାମିନରେ ବାହାରକୁ ଆସି ଥିଲା । ଆଜି ଉକ୍ତ ମାମଲାରେ ଥିବା ୧୦ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣ ପତ୍ରକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାନ୍ତନୁ କୁମାର ଦାସ ଓ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.