ଦାଣ୍ଡରେ ପଡି ହାଟରେ ଗଡିଲା ବିଜେପି ଗୋଷ୍ଠୀ  କନ୍ଦଳ

0

 

ସାଇନ୍ସ ପାର୍କକୁ ନେଇ ବାପିଙ୍କୁ ବିରୋଧ କଲେ ପପି

ପାରାଦୀପରୁ ଉପେନ୍ଦ୍ର ଗୁରୁ : ସମୁଦ୍ର ବେଳାଭୂମି ନିକଟରେ ପାରାଦୀପ ପୌରପାଳିକା ପକ୍ଷରୁ ଏକ ସାଇନ୍ସପାର୍କ ନିର୍ମାଣ ନିମନ୍ତେ ବେଳାଭୂମିରୁ ବାଲି ସଂଗ୍ରହ କରି ସେହି ପାର୍କର ପ୍ରସ୍ତାବିତ ସ୍ଥାନକୁ ଭରଣା କରାଯାଉଛି । କିନ୍ତୁ ଏହାକୁ ପ୍ରତିବାଦ ଓ ସମର୍ଥନ କରି  ବିଜେପିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଖବରରୁ ପ୍ରକାଶ ଏହି ବାଲି ଉତ୍ତୋଳନକୁ କେନ୍ଦ୍ର କରି ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ପକ୍ଷରୁ ଦୁଇଦିନ ତଳେ ସ୍ଥାନୀୟ ଜଟାଧାରି ମୁହାଣ ଥାନାରେ ବାଲି ଚୋରି ଅଭିଯୋଗରେ କେତେକ ପ୍ରଶାସନିକ  ଅଧିକାରୀ ଓ ଯନ୍ତ୍ରୀଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଥିଲା । ଏ ପର୍ଯ୍ୟନ୍ତ ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିନଥିବାରୁ ଏହାର ପ୍ରତିବାଦରେ ପାରାଦୀପ ଭାରତୀୟ ଜନତା କୃଷକ ମୋର୍ଚ୍ଚା ତରଫରୁ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗତିକୃଷ୍ଣ ଓରଫ ବାପି ଶତପଥୀଙ୍କ ନ୍ଵତୃତ୍ୱରେ  ଏକ ଶୋଭାଯାତ୍ରା ସହିତ ଜଟାଧାରୀ ମୁହାଣ ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ଅନ୍ୟପକ୍ଷରେ ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦକୁ ପାରାଦୀପ ନାଗରିକ ମଞ୍ଚ ସଭାପତି ତଥା ପାରାଦୀପ ବିଜେପି ମଣ୍ଡଳ ଉପସଭାପତି ଏବଂ ଯୁବ ପରିବେଶବିତ୍ ଅୟସକାନ୍ତ ଓରଫ ପପି ରାୟ  ଘୋର ବିରୋଧ କରିଛନ୍ତି । ସେ କହିଛନ୍ତି ଏହା ଏକ ସମୁହସ୍ୱାର୍ଥ ସମ୍ବଳିତ କାର୍ଯ୍ୟ ଏବଂ ଯେଉଁଠି ସରକାର ସ୍ମାର୍ଟ  ପୋର୍ଟ ସିଟି ପାଇଁ କେତେକ ନୂତନ ପ୍ରକଳ୍ପ କରୁଛନ୍ତି ଓ ତାହା ଆକର୍ଷଣ ଓ ସର୍ବଗ୍ରହଣୀୟ ହେଉଛି, ସେଠାରେ ଏହାକୁ ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧ କରାଯାଉଛି । ଏପରି କାର୍ଯ୍ୟକୁ ମୁଁ ଏବଂ ପାରାଦୀପ ନାଗରିକ ମଞ୍ଚ ତିବ୍ର ନିନ୍ଦା କରିବା ସହ ପ୍ରସାଶନ ଏପରି ହିନ କାର୍ଯ୍ୟକୁ ପ୍ରଶ୍ରୟ  ନଦେବା ପାଇଁ ଅନୁରୋଧ କରିବା ସହିତ ପପିଙ୍କ ନେତୃତ୍ୱରେ ଏକ ଦାବି ପତ୍ର ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ସମୁଦ୍ର ବେଳାଭୂମିର ବାଲୁକା ସମ୍ପତିର ସର୍ବେସର୍ବା ହେଉଛନ୍ତି ରାଜସ୍ୱ ବିଭାଗ ଓ ଏହା କୁଜଙ୍ଗ ତହସିଲରେ ଅର୍ନ୍ତଃଭୁକ୍ତ ଏବଂ ଏହାର ମୁଖ୍ୟ ହେଉଛନ୍ତି ତହସିଲଦାର । କିନ୍ତୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗତିକୃଷ୍ଣ ଓରଫ ବାପି ଶତପଥୀଙ୍କ ନେତୃତ୍ୱରେ ବିଜେପି କୃଷକ ମୋର୍ଚ୍ଚା କୁଜଙ୍ଗ ତହସିଲ୍ ଅଫିସ ଆଗରେ ବିକ୍ଷୋଭ ନକରି ପାରାଦୀପ ଜଟାଧାରୀ ମୁହାଣ ଥାନା ଆଗରେ ଧାରଣା କାହିଁକି ଦେଲେ ? ନାଗରିକ ମଞ୍ଚ ସଭାପତି, ଯୁବ ପରିବେଶବିତ୍ ତଥା ପାରାଦୀପ ବିଜେପି ମଣ୍ଡଳ ଉପସଭାପତି ଅୟସକାନ୍ତ ଓରଫ ପପି ରାୟଙ୍କର ଏହାକୁ ବିରୋଧ, ମଣ୍ଡଳ ସଭାପତି ଓ ସ୍ଥାନୀୟ ଅଧିକାଂଶ ନେତୃତ୍ୱଙ୍କର ଆଜିର  କୃଷକ ମୋର୍ଚ୍ଚା ଦ୍ୱାରା ଆହୁତ ପ୍ରତିବାଦ ସଭାରେ ଅନୁପସ୍ଥିତ ରହିବା ଏଠାରେ ବିଜେପିର ଗୋଷ୍ଠୀ  କନ୍ଦଳକୁ ପଦାରେ ପକାଇଛି ।    

 

 

 

 

 

 

Leave A Reply

Your email address will not be published.